www.samajalive.in
Friday, December 12, 2025
26.1 C
Bhubaneswar

ବସ ଧକ୍କାରେ ଶଳା-ଭିଣୋଇଙ୍କ ମୃତ୍ୟୁ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ମଦନପୁର ଛକରେ ଶନିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ ଧକ୍କାରେ ଦୁଇ ସ୍କୁଟି ଆରୋହୀ ଶଳା-ଭିଣୋଇଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବଳଭଦ୍ରପୁର ଗ୍ରାମର ସମାଜସେବୀ ସରୋଜ ଧଳ(୫୭) ଏବଂ ତାଙ୍କ ଶଳା ରାଜନଗର ଥାନା ନଗଡ଼ ଗ୍ରାମର ଲମ୍ବୋଦର ପ୍ରଧାନ(୪୫)। ଏହି ଘଟଣା ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକମାନେ ପଟ୍ଟାମୁଣ୍ଡାଇ-ମଦନପୁର-ରାଜନଗର ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ। ଏହି ଘଟଣା ସମଗ୍ର ପଟ୍ଟାମୁଣ୍ଡାଇ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ସୂଚନାଯୋଗ୍ୟ, ଶନିବାର ଅପରାହ୍ନରେ ବଳଭଦ୍ରପୁର-ଦାଣ୍ଡି ରାସ୍ତା ଦେଇ ଏକ ସ୍କୁଟି ଯୋଗେ ସରୋଜ ଏବଂ ଲମ୍ବୋଦର ମଦନପୁର ଛକକୁ ଆସୁଥିବାବେଳେ ବିପରୀତ ଦିଗ ପଟ୍ଟାମୁଣ୍ଡାଇରୁ ରାଜନଗର ଯାଉଥିବା ଏକ ଯାତ୍ରୀବାହୀ ବସ ସେମାନଙ୍କୁ ସାମ୍ନା ପଟୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଉଭୟ ଶଳା ଓ ଭିଣୋଇଙ୍କ ମୃତ୍ୟୁ ଘଟିଥିଲା। ଲୋକେ ରାସ୍ତାରୋକୋ କରିବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ଗ୍ରାମାଞ୍ଚଳ ଥାନା ପୁଲିସ ପହଂଚି ଲୋକମାନଙ୍କୁ ଶାନ୍ତ କରିବା ସହିତ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଥିଲା। ବଳଭଦ୍ରପୁର ସରପଞ୍ଚ ପ୍ରିୟବ୍ରତ ଓଝା, ପୂର୍ବତନ ସରପଞ୍ଚ ବାବାଜୀ ଧଳ, ଶିକ୍ଷାବିତ ଗୌରାଙ୍ଗ ମହାନ୍ତି ଓ ମନ୍ମଥ ମଲିକ ପ୍ରମୁଖ ପହଂଚି ଉଭୟ ସରୋଜ ଓ ଲମ୍ବୋଦରଙ୍କୁ ରାଜନଗର ହସ୍ପିଟାଲକୁ ଆଣିଥିଲେ। ଗ୍ରାମାଞ୍ଚଳ ଥାନା ପୁଲିସ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଛେଦ ପାଇଁ ଆଳି ଡାକ୍ତରଖାନାକୁ ପଠାଇଥିଲା। ଦୁର୍ଘଟଣା ଘଟାଇ ଥିବା ବସକୁ ପୁଲିସ ଜବତ କରିଛି। ସମାଜସେବୀ ସରୋଜଙ୍କ ବିୟୋଗରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ସାହୁ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଓ ଡ଼ ଅଲେଖ ଜେନା, ବରିଷ୍ଠ ନେତା ନୃସିଂହ ଆଚାର୍ଯ୍ୟ, ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଓ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ, ପ୍ରଫେସର ଦୁର‌୍ୟ୍ୟୋଧନ ପରିଡା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories