www.samajalive.in
Friday, December 12, 2025
23.1 C
Bhubaneswar

ବଳଙ୍ଗା ନାବାଳିକା ପୋଡି ଘଟଣା: ପୁରୀ ଏସପି-କ୍ରାଇମବ୍ରାଞ୍ଚ ଟିମ୍‌‌ ଆଲୋଚନା

ଡେସ୍କ: ପୁରୀ ଜିଲ୍ଲାର ବଳଙ୍ଗା ଥାନା ଅଞ୍ଚଳରେ ଜଣେ ୧୬ ବର୍ଷିୟା ନାବାଳିକାଙ୍କୁ ପୋଡିଦେବା ଘଟଣାରେ ପୁଲିସ ଓ କ୍ରାଇମବ୍ରାଂଚ ପକ୍ଷରୁ ତଦନ୍ତ ଜାରି ରହିଛି। ଏ ନେଇ ପୁରୀ ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର ବଳଙ୍ଗା ଥାନାରେ ପହଂଚି କ୍ରାଇମବ୍ରାଂଚ ଟିମ୍‌‌ ସହ ଆଲୋଚନା କରିଛନ୍ତି। ଗତକାଲି ଦିଲ୍ଲୀ ଏମ୍ସରେ କ୍ରାଇମବ୍ରାଂଚ, ପୋଲିସ, ମାଜିଷ୍ଟ୍ରେଟ ଓ ଡାକ୍ତରୀ ଦଳଙ୍କ ଉପସ୍ଥିତିରେ ପୀଡ଼ିତାଙ୍କ ବୟାନ୍‌‌ ରେକର୍ଡ଼ କରାଯାଇଥିଲା। ବୟାନ୍‌‌ ରେକର୍ଡ଼ ସମୟରେ ପୀଡ଼ିତାଙ୍କ ପରିବାରର ଜଣେ ସଦସ୍ୟ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଯିବା ପୂର୍ବରୁ ଭୁବନେଶ୍ୱର ଏମ୍ସରେ ମଧ୍ୟ ପୀଡ଼ିତାଙ୍କ ବୟାନ ରେକର୍ଡ଼ ହୋଇଥିଲା। ଉଭୟ ବୟାନ ମଧ୍ୟରେ କୌଣସି ତାଳମେଳ ରହୁନଥିବା ଜଣାପଡିଛି।

ସୂଚନା ଯୋଗ୍ୟ, ଗତ ୧୯ ତାରିଖ ସକାଳେ ୩ ଜଣ ଯୁବକ ପୀଡ଼ିତାଙ୍କୁ ରାସ୍ତାରୁ ଉଠାଇ ନେଇ ନଦୀପଠାରେ କିରୋସିନି ଢାଳି ଜୀବନ୍ତ ଜାଳିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା।

Hot this week

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

Related Articles

Popular Categories