ରାଜଧାନୀକୁ ଚାଲିଲା ୭୧

0

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରକୁ ୭୦ ପୁରି ୭୧ ଚାଲିଲା। ଏହି ଉପଲକ୍ଷେ ତିନିଦିନିଆ ଉତ୍ସବ ଆରମ୍ଭ ହୋଇଛି। ରବୀନ୍ଦ୍ର ମଣ୍ଡପଠାରୁ ଜୟଦେବ ଭବନ ପର୍ୟ୍ୟନ୍ତ ଅନୁଷ୍ଠିତ ପ୍ୟାରେଡ୍‌ରେବିଭିନ୍ନ ସଂଗଠନ ଓ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଭାଗ ନେବେ ବୋଲି ଜଣାପଡ଼ିଛି। ଏଥିସହିତ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି। ଜର୍ମାନୀର ସ୍ଥପତି ଅଟୋ କୋନିସବର୍ଗରଙ୍କ ଦ୍ବାରା ପ୍ରସ୍ତୁତ ନକ୍ସା ଆଧାରରେ ୧୯୪୮, ଏପ୍ରିଲ ୧୩ରେ ଭୁବନେଶ୍ବରର ପରିକଳ୍ପନା କରାଯାଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବହାରଲାଲ ନେହରୁ ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ। ୧୯୪୯ ଅଗଷ୍ଟ ୧୯ ତାରିଖରେ କଟକରୁ ଭୁବନେଶ୍ବରକୁ ରାଜଧାନୀ ସ୍ଥାନାନ୍ତର ହୋଇଥିଲା।

Leave A Reply