ମାଞ୍ଚେଷ୍ଟର : ଭାରତୀୟ ଟିମ୍ ମାଞ୍ଚେଷ୍ଟର ଟେଷ୍ଟର ପ୍ରଥମ ପାଳିରେ ଇଂଲଣ୍ଡ ବିରୁଦ୍ଧରେ ୩୫୮ ରନରେ ଅଲଆଉଟ୍ ହୋଇଯାଇଛି । ଦଳ ଗୁରୁବାର ମ୍ୟାଚର ଦ୍ବିତୀୟ ଦିନ ୨୬୪/୪ର ସ୍କୋରରେ ଖେଳିବା ଆରମ୍ଭ କରିଥିଲା ଏବଂ ୯୪ ରନ ସଂଗ୍ରହରେ ୬ ଓ୍ବିକେଟ୍ ହରାଇଦେଲା । ବର୍ତ୍ତମାନ ଦ୍ବିତୀୟ ସେସନର ଖେଳି ଜାରି ରହିଛି ଏବଂ ଇଂଲଣ୍ଡ ପ୍ରଥମ ପାଳିରେ ବିନା କୌଣସି ଓ୍ବିକେଟ ହରାଇ ୨୬ ରନ୍ କରିଛି । ଜ୍ୟାକ୍ କ୍ରଲି ଏବଂ ବେନ୍ ଡକେଟ୍ କ୍ରିଚରେ ଅଛନ୍ତି ।
ପୂର୍ବରୁ ଭାରତୀୟ ଓ୍ବିକେଟକିପର ଋଷଭ ପନ୍ତ ଆହତ ସତ୍ତ୍ବେ ବ୍ୟାଟିଂ କରିଥିଲେ । ସେ ଅର୍ଦ୍ଧଶତକ ପୁରା କରିଥିଲେ । ପନ୍ତଙ୍କ ବ୍ୟତୀତ ଶାର୍ଦ୍ଦୁଳ ଠାକୁର ୪୧, ଓ୍ବାଶିଂଟନ ସୁନ୍ଦର ୨୭ ଏବଂ ରବୀନ୍ଦ୍ର ଜଡେଜା ୨୦ ରନ୍ କରିଥିଲେ । ବେନ୍ ଷ୍ଟୋକ୍ସ ୮ ବର୍ଷ ପରେ ୫ ଓ୍ବିକେଟ ନେଇଛନ୍ତି । ଜୋଫ୍ରା ଆର୍ଚର ୩ ଓ୍ବିକେଟ୍ ନେଇଥିଲେ । କ୍ରିସ୍ ଭୋକ୍ସ ଓ ଲିୟମ ଡସନଙ୍କୁ ଗୋଟେ ଗୋଟେ ଓ୍ବିକେଟ୍ ମିଳିଥିଲା ।



