www.samajalive.in
Friday, December 5, 2025
26.1 C
Bhubaneswar

ପର୍ଯ୍ୟଟନ ପାଇଁ ସାତକୋଶିଆରେ ବେଆଇନ ନିର୍ମାଣ ଅନୁମତି; ଅଭିଯୋଗ ଶୁଣିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବନ୍ୟଜନ୍ତୁ ସଂରକ୍ଷଣ ଆଇନ ୧୯୭୨କୁ ଉଲ୍ଲଙ୍ଘନ କରି ବେଆଇନ ଭାବେ ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରେ ପ୍ରସ୍ତାବିତ ଇକୋ-ଟୁରିଜିମ ପ୍ରକଳ୍ପ ନିର୍ମାଣ ପ୍ରସ୍ତାବକୁ ବିରୋଧ କରି ଆଗତ ଏକ ଜନସ୍ୱାର୍ଥ ମାମଲାର ବିଚାର କରିବେ ସର୍ବୋଚ୍ଚ ନ୍ୟାୟାଳୟ। ପ୍ରଧାନ ବିଚାରପତି ବି.ଆର ଗବଇ, ବିଚାରପତି କେ. ବିନୋଦଚନ୍ଦ୍ରନ ଓ ବିଚାରପତି ଜୟମାଲା ବାଗ୍‌ଚୀଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଆସନ୍ତା ୮ରେ ଏହି ମାମଲାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି।
ବୁଧବାର ଶୁଣାଣି ବେଳେ ଆବେଦନକାରୀଙ୍କ ଓକିଲ ଗୌରବ ବଂଶଲ ଦର୍ଶାଇଛନ୍ତି ଯେ, ବାଘ, ହାତୀ ଏବଂ ଅନ୍ୟ ବନ୍ୟଜନ୍ତୁଙ୍କ ବାସସ୍ଥଳୀ ଭାବେ ସାତକୋଶିଆ ଅଞ୍ଚଳ ପରିଚିତ। ପ୍ରଚଳିତ ଆଇନ ଉଲ୍ଲଙ୍ଗନ କରି ସ୍ଥାନୀୟ ପ୍ରଶାସନ ଅଭୟାରଣ୍ୟର ସଂରକ୍ଷିତ ଅଞ୍ଚଳରେ ନିର୍ମାଣ ଅନୁମତି ପ୍ରଦାନ କରିଛନ୍ତି। ଏଭଳି ଅନୁମତି ପ୍ରଦାନ ଦ୍ୱାରା ସାତକୋଶିଆ ଅଞ୍ଚଳର ଜୈବ ବିବିଧତା ପ୍ରଭାବିତ ହୋଇଛି। ଅଭୟାରଣ୍ୟର ଆଭ୍ୟନ୍ତର ଅଞ୍ଚଳରେ ଇକୋ-ଟୁରିଜିମ ପ୍ରକଳ୍ପ ନିର୍ମାଣ ପାଇଁ ଅନୁଗୋଳ, ନୟାଗଡ଼, ବୌଦ୍ଧ ଓ କଟକ ଜିଲାପାଳ ଅନୁମତି ଦେଇଛନ୍ତି। ବ୍ୟାଘ୍ର ଅଭାୟାରଣ୍ୟର ଚର୍ତୁପାର୍ଶ୍ବରେ ଏକ କିଲୋମିଟର ପରିଧି ଅଞ୍ଚଳକୁ ମଧ୍ୟବର୍ତ୍ତୀ କ୍ଷେତ୍ର ଭାବେ ଚିହ୍ନଟ କରି ପରିବେଶ ସମ୍ବେଦନଶୀଳ କ୍ଷେତ୍ର ଅଥବା ଇଏସଜେଡ ଅଞ୍ଚଳ ଘୋଷଣା ପାଇଁ ଅପ୍ରେଲ ୨୦୧୮ରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ସମସ୍ତ ରାଜ୍ୟକୁ ନିର୍ଦେଶ ଦେଇଥିଲେ। ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ନିର୍ଦେଶ ଅନୁଯାୟୀ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳର ଚର୍ତୁଃପାର୍ଶ୍ବରେ ଇଏସଜେଡ୍‌ ଅଞ୍ଚଳ ଘୋଷଣା ପାଇଁ କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟରେ ଓଡ଼ିଶା ସରକାର ଚିଠା ପ୍ରସ୍ତାବ ଦାଖଲ କରିଛନ୍ତି। ଯଦି ଚିଠା ପ୍ରସ୍ତାବଟିକୁ ବର୍ତ୍ତମାନ ସ୍ଥିତିରେ କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ମଞ୍ଜୁରୀ ଦିଅନ୍ତି, ତାହେଲେ ସାତକୋଶିଆର ଜୈବ ବିବିଧତା ପ୍ରତି ଗୁରୁତର ସଙ୍କଟ ସୃଷ୍ଟି ହେବ ବୋଲି ଆଇନଜୀବୀ ଶ୍ରୀ ବଂଶଲ ଆଶଙ୍କା ପ୍ରକାଶ କରିଥିଲେ। ଜିଲାପାଳଙ୍କ ଭଳି ଅଣଜଙ୍ଗଲ ଅଧିକାରୀଙ୍କ ଦ୍ୱାରା ଘଞ୍ଚ ଜଙ୍ଗଲରେ ପର୍ଯ୍ୟଟନ ପାଇଁ ପ୍ରକଳ୍ପ ନିର୍ମାଣ ନିମନ୍ତେ ଅନୁମତି ପ୍ରଦାନ ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଏବଂ ସର୍ବୋଚ୍ଚ ନ୍ୟାୟଳୟଙ୍କ ପୂର୍ବନିର୍ଦେଶନାମା ଗୁଡ଼ିକୁ ଉଲ୍ଲଙ୍ଘନ କରୁଥିବା ସେ ପିଟିସନ୍‌ରେ ଦର୍ଶାଇଛନ୍ତି। ଓଡ଼ିଶା ସରକାର ଏବଂ ଅଧିନସ୍ଥ ସଂସ୍ଥା ଗୁଡ଼ିକ ଜାଣିଶୁଣି ପର୍ଯ୍ୟଟନ ସୁବିଧା ସୃଷ୍ଟି ଲାଗି ଇଏସଜେଡ ନୋଟିଫିକେସନକୁ ବଦଳାଇବା ପାଇଁ ଅପଚେଷ୍ଟା ଚଳାଇଛନ୍ତି। ତେଣୁ ସାତକୋଶିଆ ବ୍ୟାଘ୍ରସଂରକ୍ଷଣ ଅଞ୍ଚଳର ଇଏସଜେଡ ଚିଠା ପ୍ରସ୍ତାବକୁ ତୁରନ୍ତ ପ୍ରତ୍ୟାହର କରିବା ପାଇଁ ନିର୍ଦେଶ ଦେବାକୁ ଶ୍ରୀ ବଂଶଲ ନ୍ୟାୟାଳୟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories