www.samajalive.in
Thursday, December 11, 2025
18.1 C
Bhubaneswar

ବଳଙ୍ଗା ପୀଡ଼ିତାଙ୍କୁ ଜ୍ୱର, ବଢ଼ିଲା ସଂକ୍ରମଣ ଭୟ

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ବଳଙ୍ଗା ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ମଙ୍ଗଳବାର ସାମାନ୍ୟ ଉନ୍ନତି ଆସିଥିଲେ ହେଁ ବୁଧବାର ତାଙ୍କୁ ଜ୍ୱର ହୋଇଛି। ଜ୍ୱର ଯୋଗୁଁଁ ପୀଡ଼ିତାଙ୍କ ଚର୍ମ ପ୍ରତିରୋପଣ(ସ୍କିନ ଗ୍ରାଫ୍ଟିଂ) ଅ‌େ‌ସ୍ତ୍ରାପଚାରକୁ ଡାକ୍ତରୀ ଦଳ କିଛି ଘଣ୍ଟା ସ୍ଥଗିତ ରଖିଥିଲେ। ତେବେ ଗୁରୁତର ପୋଡି ଯାଇଥିବା ଅଂଶକୁ ଡାକ୍ତରୀ ଦଳ ଅପରେସନ୍‌ ଜରିଆରେ ବାହାର କରିଥିବା ଜଣାପଡିଛି। ପୀଡିତାଙ୍କ ଶରୀରରେ ତାପମାତ୍ରା କମିବା ପରେ ଏହା କରାଯାଇଛି। ତେବେ ପୀଡ଼ିତାଙ୍କ ଶରୀରରେ ସଂକ୍ରମଣ ଭୟ ଡାକ୍ତରୀ ଦଳକୁ ଚିନ୍ତାଗ୍ରସ୍ତ କରିଛି। ତାଙ୍କ ଅବସ୍ଥା ଏବେବି ଗୁରୁତର ରହିଛି। ମଙ୍ଗଳବାର ତାଙ୍କ ଠାରୁ ଅମ୍ଳଜାନ ଯୋଗାଣ ସହାୟତାକୁ ବାହାର କରାଯାଇଥିବାବେଳେ ବୁଧବାର ପୁଣି ଥରେ ଅକ୍ସିଜେନ ସପୋର୍ଟ ଦିଆଯାଇଛି। ଦିଲ୍ଲୀ ଏମ୍ସ ତରଫରୁ ପୀଡ଼ିତାଙ୍କୁ ଔଷଧ, ଇଞ୍ଜେକ୍ସନ ଯୋଗାଇ ଦିଆଯାଉଛି। ଯେଉଁସବୁ ଔଷଧପତ୍ର ଏମ୍ସରେ ଉପଲବ୍ଧ ହେଉନାହିଁ ସେସବୁକୁ ଓଡ଼ିଶା ସରକାରଙ୍କ ଦିଲ୍ଲୀସ୍ଥିତ ପ୍ରମୁଖ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ବାହାରୁ ଆଣି ଯୋଗାଇ ଦିଆଯାଉଛି।
ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସାଂସଦ ବଳଭଦ୍ର ମାଝୀ, ପ୍ରଦୀପ ପୁରୋହିତ, ନବଚରଣ ମାଝୀ, ଅଭିମନ୍ୟୁ ସେଠୀ ଓ ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରମୁଖ ପୀଡ଼ିତାଙ୍କ ପରିବାର ଏବଂ ଡାକ୍ତରୀ ଦଳଙ୍କ ଠାରୁ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଛନ୍ତି।

Hot this week

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

Related Articles

Popular Categories