www.samajalive.in
Saturday, December 6, 2025
26.1 C
Bhubaneswar

ବିଦ୍ୟାଳୟରେ ଯୌନ ଉତ୍ପୀଡନ ନିବାରଣ ସଚେତନତା କର୍ମଶାଳା

ପାଟଣା: ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ସ୍ଥିତ ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଭାକକ୍ଷରେ ଅଧ୍ୟକ୍ଷ ନିରାକାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଯୌନ ଉତ୍ପୀଡନ ନିବାରଣ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଶ୍ରୀ ସ୍ୱାଇଁ କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀଙ୍କ ଉପସ୍ଥିତରେ ପ୍ରାଧ୍ୟାପକ ଅଲେଖ ପ୍ରସାଦ ସାହୁ, ଅଧ୍ୟାପକ ହେମନ୍ତ କୁମାର ମିଶ୍ର, ପ୍ରାଧ୍ୟାପକ ସତ୍ୟାନନ୍ଦ ପଣ୍ଡା, ପ୍ରଧ୍ୟାପିକା କାଞ୍ଚନ ଲତା ସାହୁ, ରଶ୍ମିତା ପୃଷ୍ଟି ଏବଂ ଅନୁସ୍ମିତା ପାଣିଗ୍ରାହୀ ପ୍ରମୁଖ ଛାତ୍ର ଛାତ୍ରୀମାନଙ୍କୁ ସାଂପ୍ରତିକ ସମସ୍ତ ବିଷୟ ସମ୍ବନ୍ଧରେ ଅବଗତ କରାଇଥିଲେ। ସମସ୍ତଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା। ଟୋଲ ଫ୍ରି ହେଲ୍ପଲାଇନ ନମ୍ୱର ବିଷୟରେ ସମସ୍ତଙ୍କୁ ସୂଚନା ଦିଆଗଲା। ଶୃଙ୍ଖଳିତ ଭାବରେ ଛାତ୍ରଛାତ୍ରୀମାନେ ଶିକ୍ଷାବର୍ଷ ସମାପ୍ତ କରି ଭଲ ରେଜଲ୍ଟ କରି ବିଦ୍ୟାଳୟର ସୁନାମ ରଖିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଶେଷରେ ଧନ୍ୟବାଦ ଅର୍ପଣ ସହ ସଭା ଶେଷ କରାଯାଇଥିଲା ।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories