www.samajalive.in
Monday, December 8, 2025
24.1 C
Bhubaneswar

ବାଂଲାଦେଶରେ ବିମାନ ଦୁର୍ଘଟଣା; ୨୦ ମୃତ, ଶତାଧିକ ଆହତ

ଢାକା: ବାଂଲାଦେଶ ବାୟୁସେନାର ଏକ ଏଫ୍‌-୭ ଯୁଦ୍ଧବିମାନ ସୋମବାର ଦୁର୍ଘଟଣାଗ୍ରସ୍ତ ହୋଇ ରାଜଧାନୀ ଢାକା ନିକଟସ୍ଥ କଲେଜ ପରିସରରେ ଖସିପଡିବାରୁ ୨୦ ଜଣ ପ୍ରାଣ ହରାଇଛନ୍ତି। ୧୭୦ରୁ ଅଧିକ ଆହତ ହୋଇଥିବାବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚୀନ ନିର୍ମିତ ଏହି ବିମାନଟି ଢାକା ଉପକଣ୍ଠରେ ଅବସ୍ଥିତ ମାଇଲଷ୍ଟୋନ ସ୍କୁଲ ଓ କଲେଜ ପରିସରରେ ଖସିପଡିଥିଲା। ମୃତକଙ୍କ ମଧ୍ୟରେ ୧୬ ଛାତ୍ର, ଦୁଇ ଅଧ୍ୟାପକ ଏବଂ ବିମାନର ପାଇଲଟ ସାମିଲ ଅଛନ୍ତି। ବିମାନଟି ଅପରାହ୍ଣ ୧ଟା ସମୟରେ ଉଡାଣ ଆରମ୍ଭ କରିଥିଲା। ତେବେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାପରେ ବିମାନଟି ଉକ୍ତ କଲେଜ କୋଠାରେ ପିଟି ହୋଇଥିଲା। ସେହି ସମୟରେ ଶ୍ରେଣୀଗୃହରେ ପାଠପଢା ଚାଲିଥିବାବେ​‌େ​‌ଳ ଅଧ୍ୟାପକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗିଯାଇଥିଲା। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ବାଂଲାଦେଶ ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ନିର୍ଦେଶ ଦେଇଛନ୍ତି। ମାଇଲଷ୍ଟୋନ ସ୍କୁଲ ଓ କଲେଜରେ ନର୍ସରୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଥିବାବେଳେ ଦୁଇ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories