www.samajalive.in
Sunday, December 14, 2025
14.1 C
Bhubaneswar

ବନମହୋତ୍ସବ ପାଳନ

ଭୁବନେଶ୍ବର : ବନମହୋତ୍ସବ ପାଳନ ଅବସରରେ ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁଳିଗୋରଡା ଗ୍ରାମ ସ୍ଥିତ ଗୋପବନ୍ଧୁ ଜନ୍ମ ପୀଠ ନୋଡାଲ ସ୍କୁଲ୍ ପରିସରରେ ବୃକ୍ଷ ରୋପଣ କରାଯାଇଛି। ସ୍କୁଲ ଛାତ୍ରଛାତ୍ରୀ ଏବଂ ଇକୋ କ୍ଲବର ସଦସ୍ୟମାନେ ବଉଳ, ଅଁଳା, ଅର୍ଜୁନ, ଓଉ, ପିଜୁଳି, ବାହାଡା, ଅଶୋକ, ଜାମୁ, ଗଙ୍ଗଶିଉଳି ଟେକମୋ, ଶିଶୁ ଏବଂ କରଞ୍ଜ ବୃକ୍ଷ ଲଗାଇଥିଲେ ।

ବୃକ୍ଷରୋପଣ ଦ୍ବାରା ପରିବେଶକୁ ସୁସ୍ଥ ଏବଂ ସୁରକ୍ଷିତ ରଖାପାଇ ପାରିବ ବୋଲି ଏହି ସ୍କୁଲର ପ୍ରଥମ ବ୍ୟାଚର ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ସେତେବେଳେର କୃତି ଛାତ୍ର ଏବଂ ବର୍ତ୍ତମାନର ଜଳସମ୍ପଦ ବିଭାଗର ବରିଷ୍ଠ ନିର୍ବାହୀ ଯନ୍ତ୍ର ମହେସ ଚନ୍ଦ୍ର ମାନସିଂହ କହିଛନ୍ତି। ଛାତ୍ରଛାତ୍ରୀ ମାନଙ୍କ ସହିତ ବୃକ୍ଷ ରୋପଣ ସମୟରେ ମାନସିଂହ ଫରେଷ୍ଟ ଶବ୍ଦର ପ୍ରତ୍ୟେକଟି ଇଂରାଜୀ ଅକ୍ଷରରୁ ସୃଷ୍ଟି ଶବ୍ଦ ଫୁଡ୍, ଅକ୍ସିଜେନ, ରେନ, ଇନଭରନମେଣ୍ଟ, ସଏଲ, ଏବଂ ଟିମ୍ବର କିପରି ମାନବ ସମାଜର ପ୍ରତ୍ୟେକଟି କାର୍ଯ୍ୟରେ ଲାଗିଥାଏ ତାହାକୁ ଅତି ସୁନ୍ଦର ଭାବରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ ।

- Advertisement -

ସବୁଜ ପରିବେଶ ମଣିଷ ସମାଜ ସହିତ ପୃଥ‌ିବୀକୁ ଦୀର୍ଘାୟୁ ରଖିବାରେ ସହାୟକ ହେବ ବୋଲି ଓଡ଼ିଶା ରାଜ୍ୟ ବିହନ ନିଗମର ନିର୍ଦେଶକ ଅଶୋକ କୁମାର ବରାଳ କହିଛନ୍ତି I ମଣିଷ ପ୍ରତି ଦିନ ପ୍ରାୟ ୫୦୦ ଲିଟର ବାୟୁ ଶ୍ବାସ ପ୍ରକିୟାରେ ଗ୍ରହଣ କରିଥାନ୍ତି। ଏହି ଶୁଦ୍ଧ ବାୟୁ ପାଇବା ପାଇଁ ପ୍ରତ୍ୟକ ବୃକ୍ଷ ରୋପଣ କରିବା ସହିତ ବୃକ୍ଷ ଗୁଡିକର ସଂରକ୍ଷଣ କରିବାକୁ ଶ୍ରୀ ବରାଳ କହିଛନ୍ତି । ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ମିଶ୍ର ଏବଂ ଶିକ୍ଷକ ନିରଞ୍ଜନ ବରାଳଙ୍କୁ ସ୍କୁଲର ଛାତ୍ରଛାତ୍ରୀ ଏବଂ ଭାରା ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ପ୍ରଜ୍ଞା ପାରମିତା ସମ୍ମାନରେ ସମ୍ମାନିତ କରିଥିଲେ।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories