ସମାଜ ଡିଜିଟାଲ ଡେସ୍କ: ବର୍ତ୍ତମାନ ସମୟରେ ସମସ୍ତଙ୍କୁ ଘାରିଛି ରିଲ୍ସ ନିଶା। ରିଲ୍ସ ତିଆରି କରିବାକୁ ଲୋକେ କିଛି ବି କରିବାକୁ ପ୍ରସ୍ତୁତ। ରିଲ୍ସ ନିଶାରେ ଲୋକମାନେ ନିଜ ଜୀବନ ଏବଂ ନିଜ ପିଲାମାନଙ୍କର ଜୀବନକୁ ମଧ୍ୟ ବାଜି ଲଗାଇ ଦେଉଛନ୍ତି। ଏବେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଲୋମ ଟାଙ୍କୁରି ଉଠିବ। ଭିଡିଓରେ ଦେଖାଯାଉଛି ଯେ, ରିଲ୍ସ କରିବା ନିଶାରେ ଜଣେ ମହିଳା ତାଙ୍କ ଝିଅକୁ ମୃତ୍ୟୁ ମୁଖକୁ ଠେଲି ଦେଉଛନ୍ତି।
ଭିଡିଓଟି ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହେଉଛି। ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଅସାବଧାନ ମାଆକୁ ଗାଳି ଦେଉଛନ୍ତି। ତେବେ ଏହା ସ୍ପଷ୍ଟ ହୋଇପାରିନି ଯେ, ଏହି ଭିଡିଓଟି କେଉଁ ସ୍ଥାନର। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, କୁନି ଝିଅଟି ବହୁତ ଖୁସି ଅଛି ଏବଂ ସମୁଦ୍ରର ଢେଉକୁ ଉପଭୋଗ କରୁଛି। ବଡ଼ ବଡ଼ ଢେଉଗୁଡ଼ିକ ତା’ ଆଡକୁ ଦ୍ରୁତ ଗତିରେ ମାଡ଼ି ଆସୁଛି।
यह लापरवाह मां अपनी बेटी की समुंदर के किनारे Reel बना रही थी, लेकिन यह पल सेंकडों में खौफनाक मंजर में बदल गया।
समुंदर की ऊंची लहरें इस बच्ची को समुंदर में खीच ले गईं।
समुद्र बहुत सुंदर है, लेकिन साथ में निर्दयी भी है। कभी मत भूलिए कि इसकी ताकत कितनी जल्दी जानलेवा बन सकती है। pic.twitter.com/4iOQ8Lx2vf
— Dr. Sheetal yadav (@Sheetal2242) June 10, 2025
ଉଚ୍ଚ ଲହଡ଼ି ଉଠୁଛି ଏବଂ ଝିଅର ମାଆ ଏହାର ଭିଡିଓ କରୁଛନ୍ତି। ବିପଦକୁ ଆଖି ଆଗରେ ଦେଖିବା ସତ୍ତ୍ୱେ ସେ ଏସବୁ କରୁଛନ୍ତି। ଏହି ସମୟରେ ହଠାତ୍ ଏକ ବଡ ଲହଡ଼ି ଆସି ଝିଅଟିକୁ ଟାଣି ନେଇଛି। ଏହା ରେ ସେଠାରେ ଉପସ୍ଥିତ ଲୋକମାନେ ଚିତ୍କାର କରୁଛନ୍ତି।
ଲୋକେ ଏହି ଭିଡିଓଟିକୁ ସାମାଜିକ ଗଣମାଧ୍ୟମରେ ଶେୟାର କରୁଛନ୍ତି। ଲୋକମାନେ କହୁଛନ୍ତି ଯେ, ଜଣେ ଏତେ ଅସାବଧାନ କିପରି ହୋଇପାରେ, ସେ ପୁଣି ଜଣେ ମାଆ। କିଛି ଲୋକଙ୍କ କହିବା କଥା, ଏହା ଏକ ପୁରୁଣା ଭିଡିଓ, ଯାହାକୁ ପୁଣି ଥରେ ଶେୟାର କରାଯାଉଛି।
ଲୋକେ ପଚାରୁଛନ୍ତି ଯେ, ଝିଅଟିର କ’ଣ ହେଲା? ସେ ମିଳିଲା କି ନାହିଁ? ଲୋକଙ୍କ କହିବାକଥା, ଏପରି ସ୍ଥାନରେ ବହୁତ ସତର୍କ ରହିବା ଉଚିତ ଏବଂ ଅସାବଧାନ ହେବା ଉଚିତ୍ ନୁହେଁ। ଏହି ଭିଡିଓଟି ଜୁନ୍ ମାସରେ ଶେୟାର କରାଯାଇଥିଲା, ଯାହା ଏବେ ଭାଇରାଲ ହେଉଛି।



