www.samajalive.in
Saturday, December 13, 2025
14.1 C
Bhubaneswar

ଭିଡିଓ ଦେଖିଲେ ଭୟ ଲାଗିବ; ନଦୀକୂଳରେ ଥିଲେ ୩ ସାଙ୍ଗ, ହଠାତ୍‌ ହେଲା ଏମିତି..

ନୂଆଦିଲ୍ଲୀ : ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଭିଡିଓ ଆଶ୍ଚର୍ଯ୍ୟଚକିତ ସହ ଭୟଭୀତ ମଧ୍ୟ କରିଥାଏ । ଅନେକ ସମୟରେ ଦେଖାଯାଏ ଲୋକେ ନିଜ ବନ୍ଧୁଙ୍କ ସହ ବିଭିନ୍ନ ନଦୀ. ସମୁଦ୍ର ଆଦି ସ୍ଥାନକୁ ବୁଲିବାକୁ ଯିବା ସହ ଗାଧୋଇବାର ମଜା ନେଇଥାନ୍ତି । ବେଳେବେଳେ ଏପରି ସ୍ଥାନକୁ ଯାନ୍ତି, ଯେଉଁଠାକୁ ଯିବା ଉଚିତ୍‌ ନୁହେଁ । ଏଥିପାଇଁ ସେମାନଙ୍କ ଜୀବନ ମଧ୍ୟ ବିପଦରେ ପଡିଥାଏ । ନିକଟରେ ଦ୍ରୁତ ଗତିରେ ଭାଇରାଲ ହେଉଥିବା କିଛି ଯୁବକଙ୍କ ଭିଡିଓ ସଭିଁଙ୍କ ହୋସ୍‌ ଉଡାଇ ଦେଇଛି ।


ଭାଇରାଲ୍‌ ହେଉଥିବା ଭିଡିଓରେ ଦେଖିପାରିବେ, ୩ ଜଣ ବନ୍ଧୁ ଜଙ୍ଗଲ ମଧ୍ୟରେ ବହି ଯାଇଥିବା ଏକ ନଦୀକୂଳକୁ ଗାଧୋଇବାକୁ ପହଁଞ୍ଚିଛନ୍ତି । ଖୁସିରେ ଗାଧୋଇବା ସମୟରେ ରିଲ୍ସ ମଧ୍ୟ କରୁଛନ୍ତି । ସେହି ସମୟରେ ଖୁସି ଦୁଃଖରେ ପରିଣତ ହୋଇଯାଉଛି । ରିଲ୍ସ କରିବା ସମୟରେ ନଦୀକୂଳରେ ଥିବା ଜଣେ ଯୁବକଙ୍କ ମୁଣ୍ଡକୁ ପଛପଟୁ ଏକ ବିଶାଳକାୟ ଅଜଗର ହଠାତ୍‌ ଆକ୍ରମଣ କରିଛି । ଭିଡିଓଟି ଦେଖିଲେ ଯେକେହି ମଧ୍ୟ ଭୟଭୀତ ହେବା ସହ ଛାତି ଥରି ଉଠିବ । ନଦୀକୂଳରେ ଜଣେ ଯୁବକ ଗଛ ନିକଟରେ ବସିଥିବା ବେଳେ ବୁଦା ଭିତରୁ ଏକ ବିରାଟକାୟ ଅଜଗର ସାପ ଆସି ଆକ୍ରମଣ କରୁଛି । ସୌଭାଗ୍ୟବଶତଃ ଯୁବକଙ୍କ ଜୀବନ ବଞ୍ଚି ଯାଇଛି । ଏହାପରେ ତୁରନ୍ତ ୩ ଜଣ ବନ୍ଧୁ ସେଠାରୁ ଦୌଡି ପଳାଉଛନ୍ତି । ଭିଡିଓ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ବାସ୍‌ ଆଉ ଗୋଟିଏ ଦିନ: ଏହି ରାଶିଙ୍କୁ ଶୁକ୍ର କରିବେ ଧନୀ, ମିଳିବ ଚାକିରି, ବଢିବ ଦରମା, ହେବ ବିବାହ ପୁଣି କିଣିବେ ଘର,ଗାଡି..

- Advertisement -

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories