www.samajalive.in
Sunday, December 14, 2025
14.1 C
Bhubaneswar

ଲାଞ୍ଜିଗଡ଼ରେ କଂଗ୍ରେସର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦର ପ୍ରଭାବ

ଲାଞ୍ଜିଗଡ଼: ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଓ ମୃତ୍ୟୁ ଘଟଣାରେ ସବୁଠି ଉଠିଛି ନ୍ୟାୟ ପ୍ରଦାନର ସ୍ୱର। ରାଜ୍ୟରେ ବିରୋଧୀ ଦଳ ଗୁଡିକ ସରକାରଙ୍କୁ ଏନେଇ ଘେରିଥିବା ବେଳେ ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ପୀଡିତାଙ୍କୁ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ଅଖଚକ ବନ୍ଦ କରିଛି କଂଗ୍ରେସ। ଏଥିରେ ୮ଟି ରାଜନୈତିକ ଦଳ ମଧ୍ୟ ସାମିଲ ହୋଇଛନ୍ତି।

ଓଡ଼ିଶା ବନ୍ଦ ଡାକରାରେ ସକାଳୁ ସକାଳୁ ଲାଞ୍ଜିଗଡ଼ ବ୍ଲକର ବିଶ୍ଵନାଥପୁର, ଲାଞ୍ଜିଗଡ଼, ସିକେରକୁପା, ଲାଞ୍ଜିଗଡ଼ରୋଡ଼, ଛତ୍ରପୁର, କର୍ମଦ୍ଧା, ମୂଷାନାଳ, ବେନଗାଁ, ଲାଖବାହାଲି, ଗୋବର୍ଦ୍ଧନପୁରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦୋକାନ, ବଜାର, ସମସ୍ତ କାର୍ଯ୍ୟାଳୟ,ସ୍କୁଲ,କଲେଜ ସବୁ ବନ୍ଦ ରହିଛି। ବ୍ଲକର ବିଭିନ୍ନ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ କରିବାକୁ କଂଗ୍ରେସ ଆହ୍ୱାନ ଦେଇଛି। ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି ସହ ପୁଲିସ ମୁତୟନ ହୋଇଥିବା ବେଳେ କଂଗ୍ରେସ କର୍ମୀମାନେ ନାରାବାଜି କରି ରାସ୍ତା ଅବରୋଧ କରିଛନ୍ତି। ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ କମିଟି ସଭାପତି ବିଜୟ ନାଏକଙ୍କ ନେତୃତ୍ୱରେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ମନୋଜ କୁମାର ରାଉତ, ଜିଲ୍ଲା ସମ୍ପାଦକ ପ୍ରଦିପ ମାଝୀ, ବ୍ଲକ ସମ୍ପାଦକ ଗଣେଶ ବେହେରା, ବରିଷ୍ଠ କଂଗ୍ରେସ ନେତା ଗୋବିନ୍ଦ ପ୍ରଧାନୀ, ଦଶରଥ ପାତ୍ର, କର୍ଣ୍ଣ ସାହୁ, ମୁଲୁ ମାଝୀ, ଜୟରାମ ତାଣ୍ଡି, ସାଲେଶ କରୁଆଁ, ଜୋନ୍ ସଭାପତି ରାଜେନ୍ଦ୍ର ନାଏକ, ଯୁବ କଂଗ୍ରେସ ନେତା ସନ୍ତୋଷ କୁମାର ତୁଳ, ଗୋପାଳ ଦାସ ମହାନନ୍ଦ, ମନୋଜ କୁମାର ମାଝୀ, ଭାସ୍କର ଚନ୍ଦନ, ସନ୍ୟାସୀ ବେହେରା, ରାଜେଶ କରୁଆଁଙ୍କ ସମେତ କଂଗ୍ରେସର ସକ୍ରିୟ ନେତା ଓ କର୍ମୀମାନେ ଉପସ୍ଥିତ ରହି ପ୍ରତିବାଦ କରିଥିଲେ। ଲୋକେ ସ୍ୱତଃପ୍ରବୃତ ଭାବରେ ବନ୍ଦକୁ ସମର୍ଥନ କରିଛନ୍ତି।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories