www.samajalive.in
Friday, December 12, 2025
16.1 C
Bhubaneswar

କଞ୍ଜାମଯୋଡି ଗ୍ରାମର ବିଦ୍ୟାଳୟରେ ସୁରକ୍ଷା ପାଚେରୀ ନିମନ୍ତେ ଗ୍ରାମବାସୀଙ୍କ ଦାବି

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତର କଞ୍ଜାମଯୋଡି ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ସୁରକ୍ଷା ପାଚେରୀ ନିମନ୍ତେ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଉକ୍ତ ବିଦ୍ୟାଳୟ ୨୦୧୦ ମସିହା ଫେବୃଆରୀ ମାସ ୧ତାରିଖ ଦିନ ସ୍ଥାପିତ ହୋଇଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସୁରକ୍ଷା ନିମନ୍ତେ ପାଚେରୀ ନଥିବାରୁ ଲୋକେ ତାର ବାଡ଼ ଦ୍ୱାରା  ସୁରକ୍ଷିତ ରଖିଛନ୍ତି। ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ମୋଟ ୧୮ଜଣ ଛାତ୍ର ଛାତ୍ରୀଙ୍କୁ ଦୁଇଜଣ ଶିକ୍ଷକ ମନୋଜ ସାହୁକାର ଓ ଉମା ମହେଶ ରହିଛନ୍ତି। ଗ୍ରାମରେ ଲୋକେ ଗାଈ ଗୋରୁ, ଛେଳି ମେଣ୍ଡା ପାଳନ କରିଆସୁଛନ୍ତି। ବର୍ଷା ହେଲେ ବିଦ୍ୟାଳୟ ପାଚେରୀ ନଥିବା ଯୋଗୁଁ  ଉକ୍ତ ଗାଈଗୋରୁ ମାନେ ବିଦ୍ୟାଳୟ ପରିସରରେ ଆଶ୍ରୟ ନେବା ଫଳରେ ଗୋବର ମୂତ୍ରରେ ପରିବେଶ ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ଯାହା ଫଳରେ ପିଲାମାନେ ଅପରିଷ୍କାର ପରିବେଶରେ ରହି ପାଠ ପଢିବାକୁ ବାଧ୍ୟ ହେଉଛନ୍ତି । ଏହାକୁ ନେଇ ଗ୍ରାମବାସୀ, ବିଦ୍ୟାଳୟ ପରିଚାଳନା କମିଟି ଓ ବିଦ୍ୟାଳୟ ଶିକ୍ଷକ  ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପରେ କୌଣସି କାର୍ଯ୍ୟକରାଯାଇ ନଥିବା ଗ୍ରାମବାସୀ କହିଛନ୍ତି। ବାଧ୍ୟ ହୋଇ ଗ୍ରାମବାସୀ  ବିଦ୍ୟାଳୟ ଚାରି ଆଡ଼େ କାଠ ପୋତି  ତାର ଜାଲି ଲଗାଇଛନ୍ତି। ଏହାକୁ ତୁରନ୍ତ ପ୍ରସାଶନ ଦୃଷ୍ଟି ଦେଇ ବିଦ୍ୟାଳୟ ଚତୁଃପାର୍ଶ୍ୱରେ ପାଚେରୀ ନିର୍ମାଣ କରିବା ପାଇଁ ସାଧାରଣରେ ଦାବି କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories