www.samajalive.in
Monday, December 8, 2025
24.1 C
Bhubaneswar

ଆଜିଠୁ ୟୁଟ୍ୟୁବରେ ନୂଆ ନିୟମ, କେବଳ ଚାଲିବ ମୂଳ ବିଷୟବସ୍ତୁ

ସମାଜ ଡିଜିଟାଲ ଡେସ୍କ: ଆପଣ ମଧ୍ୟ ୟୁଟ୍ୟୁବରେ ଏଆଇ ସାହାଯ୍ୟରେ ଭିଡ଼ିଓ ପ୍ରସ୍ତୁତ କରି ଟଙ୍କା ରୋଜଗାର କରୁଛନ୍ତି କି? ତେବେ ଆପଣଙ୍କ ପାଇଁ ଏକ ବଡ ଅପଡେଟ୍‍ ରହିଛି । ଆଜିଠାରୁ ୟୁଟ୍ୟୁବ୍‍ ଏହାର ମନିଟାଇଜେସନ୍‍ ସିଷ୍ଟମରେ ଏକ ବଡ ପରିବର୍ତ୍ତନ କରିଛି । ଏହି ନୂଆ ପରିବର୍ତ୍ତନ ଆଜିଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହି ପରିବର୍ତ୍ତନ ସହିତ, କମ୍ପାନୀ କେବଳ ମୌଳିକ ଏବଂ ଉଚ୍ଚ ମାନର ବିଷୟବସ୍ତୁକୁ ପ୍ରୋତ୍ସାହିତ କରିବ ।

ୟୁଟ୍ୟୁବରେ ଗତ କିଛି ସମୟ ଧରି ଦେଖାଯାଉଛି ଯେ ଅନେକ ଲୋକ ଏଆଇ ସାହାଯ୍ୟରେ ଭିଡ଼ିଓ ତିଆରି କରି ପ୍ରଚୁର ଟଙ୍କା ରୋଜଗାର କରୁଛନ୍ତି, ଯାହା ପାଇଁ ମୂଳ ବିଷୟବସ୍ତୁ ସୃଷ୍ଟିକାରୀମାନେ ବହୁତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏବେ କମ୍ପାନୀ ଏହାର ମୁଦ୍ରୀକରଣ ନୀତିରେ ପରିବର୍ତ୍ତନ କରିବାକୁ ଯାଉଛି ।

- Advertisement -

ନୂଆ ପରିବର୍ତ୍ତନ କ’ଣ?
ୟୁଟ୍ୟୁବ ଏବେ ସମାନ ଭିଡ଼ିଓ ବାରମ୍ବାର ଅପଲୋଡ୍‍ କରୁଥିବା ଚ୍ୟାନେଲଗୁଡିକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି । କିଛି ଚ୍ୟାନେଲ କେବଳ ଦୃଶ୍ୟ ଏବଂ ବିଜ୍ଞାପନ ରାଜସ୍ୱ ପାଇଁ ଦିନକୁ ଡର୍ଜନ ଡର୍ଜନ ଭିଡିଓ ପୋଷ୍ଟ କରନ୍ତି । ସେହିପରି କିଛି ଜଣ କୌଣସି ମାନବ ପ୍ରୟାସ ଏବଂ ମୂଲ୍ୟ ବିନା ସମ୍ପୂର୍ଣ୍ଣ ଭାବରେ ଏଆଇ ଦ୍ୱାରା ଜେନେରେଟେଡ୍‍ କଣ୍ଟେଣ୍ଟ ବ୍ୟବହାର କରୁଛନ୍ତି, କିନ୍ତୁ ବର୍ତ୍ତମାନ ନୂତନ ନିୟମ ପରେ, ଏହି କାର୍ଯ୍ୟକଳାପ ଗୁଡିକୁ ସ୍ପାମ୍‍ ଏବଂ କୃତ୍ରିମ କାର୍ଯ୍ୟକଳାନ ଭାବରେ ବିବେଚନା କରାଯିବ ଏବଂ ଏପରି କରୁଥିବା ଚ୍ୟାନେଲ ଗୁଡିକୁ ମନିଟାଇଜେସନ୍‍ ବନ୍ଦ କରାଯିବ ବୋଲି ୟୁଟ୍ୟୁବ କହିଛି ।

କାହିଁକି ନିୟମ ପରିବର୍ତ୍ତନ ହେଲା-
ଅନେକ ଲୋକମାନେ ଏଆଇ ବ୍ୟବହାର କରି ୟୁଟ୍ୟୁବରେ ପ୍ରତିଦିନ ଡର୍ଜନ ଡର୍ଜନ ଭିଡ଼ିଓ ଅପଲୋଡ କରୁଛନ୍ତି । ଏପରିକି ଏଥିରେ ବ୍ୟବହୃତ ଭଏସ୍‍, ସ୍କ୍ରିପ୍ଟ ଏବଂ ଭିଜୁଆଲ୍‍ ମଧ୍ୟ ଏଆଇ ଦ୍ୱାରା ପ୍ରସ୍ତୁତ । ଏହି ଭିଡ଼ିଓ ଗୁଡିକ ପ୍ରକୃତ ଦେଖାଯାଇପାରେ, କିନ୍ତୁ ଏଗୁଡିକ ସମ୍ପୂର୍ଣ୍ଣ ଭାବରେ ଏଆଇ ଦ୍ୱାରା ପ୍ରସ୍ତୁତ ହୋଇଥାଏ । ଏହି କାରଣରୁ ବର୍ତ୍ତମାନ କମ୍ପାନୀ ବ୍ୟବହାରକାରୀଙ୍କ ପାଇଁ ପ୍ଲାଟଫର୍ମକୁ ଉନ୍ନତ କରିବା ଏବଂ ଏହି ଏଆଇ ଜେନେରେଟେଡ୍‍ ଭିଡ଼ିଓ ଗୁଡିକୁ ଏଡାଇବା ପାଇଁ ନୂତନ ନିୟମ ଆଣିଛି ।

ନିୟମ ପରିବର୍ତ୍ତନ ଦ୍ୱାରା ସମସ୍ତ ଚ୍ୟାନେଲ ପ୍ରଭାବିତ ହେବ କି?
ୟୁଟ୍ୟୁବ ସ୍ପଷ୍ଟ କରି କହିଛି ଯେ ଯେଉଁ କ୍ରିଏଟରମାନେ ନିଜେ ବିଷୟବସ୍ତୁ ସୃଷ୍ଟି କରନ୍ତି, ନିଜର ସ୍କ୍ରିପ୍ଟ ଏବଂ ଗବେଷଣା ଆଧାରତି ଭିଡ଼ିଓ ସୃଷ୍ଟି କରନ୍ତି ଏବଂ ଦର୍ଶକଙ୍କୁ ଉଚ୍ଚ-ମୂଲ୍ୟର ବିଷୟବସ୍ତୁ ପ୍ରଦାନ କରନ୍ତି ସେମାନଙ୍କ ପାଇଁ କୌଣସି ପରିବର୍ତ୍ତନ କରାଯାଇନାହିଁ । ସେମାନେ ପୂର୍ବପରି ମନିଟାଇଜେସନ୍‍ ର ଲାଭ ଉଠାଇପାରିବେ ।

 

 

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories