ପାଟଣା : ସାହାରପଡା ବ୍ଲକ ଅନ୍ତର୍ଗତ କପୁଣ୍ଡି ଗ୍ରାମପଞ୍ଚାୟତର କପୁଣ୍ଡି ମୁଖ୍ୟ ଛକ ଦେଇ ଯାଇଥିବା ମୁଖ୍ୟ ରାସ୍ତାର କପୁଣ୍ଡି ମୁଖ୍ୟ ଛକ ତଥା ମୁଖ୍ୟମନ୍ତ୍ରୀ ବସ୍ ଷ୍ଟାଣ୍ଡ ସମ୍ମୁଖରେ ୧ ଫୁଟର ଏକ ଗଭୀର ଖାଲ ହୋଇଛି। ବର୍ଷା ଦିନ ହୋଇଥିବାରୁ ଏଠାରେ ପାଣି ଭର୍ତ୍ତି ହୋଇ ରହିଥିବାବେଳେ ରାସ୍ତାଟି ସମ୍ପୂର୍ଣ୍ଣ ବୁଲାଣି ହୋଇଥିବାରୁ ଏହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକମାନେ ଓ ଗାଡ଼ି ମୋଟରଗୁଡ଼ିକ ଖାଲକୁ ଜାଣି ନ ପାରି ଉକ୍ତ ଖାଲରେ ଖସିପଡ଼ି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ବର୍ଷା ଦିନ ପୂର୍ବରୁ ଏହି ରାସ୍ତାଟି ପିଚୁ କାମ ହୋଇଥିବାବେଳେ କେତେ ନିମ୍ନ ମାନର କାମ ହୋଇଛି ଏହି ଖାଲକୁ ଦେଖି ଜଣାପଡୁଛି। କିଛି ଦିନ ହେବ ଏହି ସ୍ଥାନରେ ଖାଲ ହେବାଯୋଗୁଁଁ ଛୋଟ ମୋଟ ଦୁର୍ଘଟଣା ହେବାର ଦେଖିବାକୁ ମିଳୁଛି। କର୍ତ୍ତୃପକ୍ଷ ଏହି ଖାଲକୁ ତୁରନ୍ତ ମରାମତି କରିବାକୁ ସାଧାରଣରେ ଦାବି ହୋଇଛି।
Popular Categories



