www.samajalive.in
Sunday, December 14, 2025
15.1 C
Bhubaneswar

ହଟୁନି ଆବର୍ଜନା, ହାଟ ମହାସୁଲ ନେଇ ଆରଏମସି ମାଲାମାଲ 

ପାଟଣା : ୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ ଘଟଗାଁ ବ୍ଲକର ଢେଙ୍କିକୋଟ ଶନିବାର ସାପ୍ତାହିକ ହାଟରୁ ପ୍ରତି ସପ୍ତାହରେ ଲକ୍ଷାଧିକ ଟଙ୍କା ମହାସୁଲ ଆଦାୟ କରୁଥିବା କେନ୍ଦୁଝର ଆରଏମସି ବା କେନ୍ଦୁଝର ନିୟନ୍ତ୍ରିତ ବଜାର କମିଟି ହାଟ ଅଞ୍ଚଳର ଅଳିଆ ଆବର୍ଜ୍ଜନା ନିୟମିତ ବ୍ୟବଧାନରେ ସଫା କରୁନଥିବାରୁ ଏଠାରେ ଅସନ୍ତୋଷ ସୃଷ୍ଟି ହୋଇଛି । ପୁରୁଣା ହାଟ ଅଞ୍ଚଳଠାରୁ ଆରମ୍ଭ କରି ନୂଆ ଛେଳି ହାଟ ପର୍ଯ୍ୟନ୍ତ ଅଳିଆ ଆବର୍ଜ୍ଜନା ଗଦା ହୋଇ ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି ।

ଯାହାଫଳରେ ଏହି ଅଳିଆ ଆବର୍ଜନାରେ ମଶା ବଂଶ ବୃଦ୍ଧି ହୋଇ ଗ୍ରାମବାସୀଙ୍କ ପାଇଁ ମ୍ୟାଲେରିଆ, ଡେଙ୍ଗୁର କାରଣ ପାଲଟିଲାଣି। ଭଙ୍ଗା କାଚ ଠାରୁ ପ୍ଲାଷ୍ଟିକ ବୋତଲ , ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ସାମଗ୍ରୀ, ଜରି, ପଲିଥିନ ଏପରି ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ଏଣେ ତେଣେ ଗଦା ହୋଇପଡିଛି । ଲଗାଣ ବର୍ଷା ଯୋଗୁଁ ଏଗୁଡ଼ିକ ପଚି ସଢି ପରିବେଶକୁ ବିଷାକ୍ତ କରୁଛି । ଅତୀତରେ ଢେଙ୍କିକୋଟ ପଞ୍ଚାୟତ ଅଧୀନରେ ଥିବା ହାଟ ନିୟନ୍ତ୍ରିତ ବଜାର କମିଟିକୁ ଯିବା ପରେ କେବଳ କେତୋଟି ବିପଣି ଗୃହ କରିଦେଇ ହାଟ ଅଞ୍ଚଳ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଦୃର୍ଷ୍ଟି ହୋଉନଥିବାରୁ ସ୍ଥାନୀୟ ଲୋକେ ଉଦବେଗ ପ୍ରକାଶ କରିବା ସହ ଆବଶ୍ୟକ ପଡିଲେ ଆରଏମସିର ମହାସୁଲ ଆଦାୟକୁ ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories