www.samajalive.in
Saturday, December 13, 2025
21.1 C
Bhubaneswar

ଯଦି ଏମିତି ଅଛି ଫାଷ୍ଟ୍ୟାଗ୍ ତେବେ NHAI କରିଦେବ ବ୍ଲାକଲିଷ୍ଟ

ନୂଆଦିଲ୍ଲୀ : ଯଦି ଆପଣ ମଧ୍ୟ ଟୋଲ ପ୍ଲାଜାରେ ହାତରେ ଫାଷ୍ଟ୍ୟାଗ୍ ନେଇ ଗାଡି ଚଳାଉଛନ୍ତି ତେବେ ସାବଧାନ ହୋଇଯାନ୍ତୁ । ଏନଏଚଏଆଇ ଏଥିରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛି । ଏବେ ଯେଉଁ ଗାଡିରେ ଫାଷ୍ଟ୍ୟାଗ୍ ସଠିକ୍ ସ୍ଥାନରେ ଲାଗି ନଥିବ ସେମାନଙ୍କୁ ବ୍ଲାକଲିଷ୍ଟ କରାଯାଇପାରେ ।

କିଛି ଗାଡି ମାଲିକ ଟୋଲ୍ ଦେବା ପାଇଁ ପାଷ୍ଟ୍ୟାଗକୁ କାରର ଓ୍ବିଣ୍ଡଶିଲ୍ଡ(ସାମ୍ନା କାଚ)ରେ ଲଗାଇବା ବଦଳରେ ହାତରେ ଧରନ୍ତି ଏବଂ ଟୋଲରେ ହାତରେ ଧରି ଦେଖାଇ ଦିଅନ୍ତି । ଏହାକୁ ‘ଟ୍ୟାଗ୍-ଇନ୍-ହ୍ୟାଣ୍ଡ୍’ କୁହାଯାଉଛି । ତେବେ ଏଥିରେ ଅନେକ ସମୟରେ ଗଡ ବଡ ହୋଇଥାଏ ଏବଂ କଲେକ୍ସନ ସିଷ୍ଟମରେ ଗଡବଡ ହୋଇଥାଏ ।

- Advertisement -

ଏନଏଚଏଆଇ ସମସ୍ତ ଟୋଲ୍ ପ୍ଲାଜା ଅପରେଟରଙ୍କୁ ନିର୍ଦ୍ଦେଶ ଦେଇଛି କି ଯଦି କୌଣସି ବି ଗାଡିରେ ଫାଷ୍ଟ୍ୟାଗ ନ ଲଗାଯାଇ ଟୋଲ୍ ଦିଆଯାଉଛି ତେବେ ତୁରନ୍ତ ସେ ଗାଡି ସମ୍ପର୍କରେ ରିପୋର୍ଟ କରାଯାଉ । ଏନଏଚଏଆଇ ଏମିତି ଟ୍ୟାଗ୍ସକୁ ବ୍ଲାକଲିଷ୍ଟ ବା ହଟଲିଷ୍ଟ କରିବ ଅର୍ଥାତ୍ ସେହି ଟ୍ୟାଗ୍ ଆଗକୁ ବ୍ୟବହାର କରିହେବନି । ସମସ୍ତ ଅପରେଟରଙ୍କୁ ରିପୋର୍ଟ ପଠାଇବା ପାଇଁ ଏକ ସ୍ବତନ୍ତ୍ର ଇମେଲ୍ ଆଇଡି ମଧ୍ୟ ଦିଆଯାଇଛି । ଗାଡି ମାଲିକମାନେ ଫାଷ୍ଟ୍ୟାଗକୁ କାରର ଓ୍ବିଣ୍ଡଶିଲ୍ଡ ମଝିରେ ଲଗାନ୍ତୁ । କୌଣସି ବି ପରିସ୍ଥିତିରେ ଏହାକୁ ହାତରେ ନେଇଯାଆନ୍ତୁ ନାହିଁ । ଏହା ସହ ବ୍ଲାକଲିଷ୍ଟରୁ ବଞ୍ଚିବା ପାଇଁ ସମସ୍ତ ନିୟମକୁ ପାଳନ କରନ୍ତୁ ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories