www.samajalive.in
Saturday, December 13, 2025
18.1 C
Bhubaneswar

ଥାନାଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପକୁ ବିରୋଧ, ଦଳିତ ମହାସଂଘର ଥାନା ଘେରାଉ

ଧାମରା: ବାଂଶଡା ଥାନା ଓ ଘଣ୍ଟେଶ୍ବର ଫାଣ୍ଡି ଅଞ୍ଚଳରେ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଆଇନ ଶୃଙ୍ଖଳା ପରିସ୍ଥିତି। ବିଭିନ୍ନ ମାମଲାରେ ଅଭୁଯୁକ୍ତଙ୍କୁ ଗିରଫ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ବାଂଶଡା ଥାନାଧିକାରୀ। ଏଭଳି ପକ୍ଷପାତିତା ପାଇଁ ଦୀର୍ଘ ଦିନ ହେବ ଆମ୍ବେଦକର ଦଳିତ ମହାସଂଘ ଏ ବିଷୟରେ ମୁଖ୍ୟମନ୍ତ୍ରୀ ଏବଂ ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ। ମାତ୍ର ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୁକ୍ତମାନଙ୍କୁ ଗିରଫ କରିବା ସମ୍ପୃକ୍ତ ଥାନାଧିକାରୀଙ୍କ ପକ୍ଷରୁ ସମ୍ଭବ ହେଉନାହିଁ। ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶକୁ ମଧ୍ୟ ସମ୍ପୃକ୍ତ ଥାନାଧିକାରୀ ମାନିବାକୁ ନାରାଜ। ଏହାକୁ ବିରୋଧ କରି ଆମ୍ବେଦକର ଦଳିତ ମହାସଂଘ ପକ୍ଷରୁ ରବିବାର ସକାଳ ୯ଟାରୁ ବାଂଶଡା ଥାନା ଆଗରେ ଧାରଣା ଦିଆଯାଇଛି। ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ଭଦ୍ରକ ଆରକ୍ଷୀ ଅଧିକ୍ଷକ ଆସି ସମ୍ପୃକ୍ତ ଦଳିତ ମହାସଂଘ ନିକଟରୁ ଦାବିପତ୍ର ଗ୍ରହଣ ନକରିବା ଏବଂ ଏହି ଅଞ୍ଚଳରେ ଆଇନ ଶୃଙ୍ଖଳାକୁ ହାତକୁ ନେଇ ସାଧାରଣ ଜନତାଙ୍କୁ ହଇରାଣ କରୁଥିବା ଅସାମାଜିକ ଏବଂ ବିଶୃଙ୍ଖଳିତ ବ୍ୟକ୍ତିଙ୍କୁ ଗିରଫ ନ ହେବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ଆମ୍ବେଦକର ଦଳିତ ମହାସଂଘର ଉପଦେଷ୍ଟା ବିକାଶ ନାଥ ନିଜ ପ୍ରତିକ୍ରିୟାରେ କହିଛନ୍ତି। ସମ୍ପୃକ୍ତ ମହାସଂଘର ସଭାପତି ଅଞ୍ଜନ ଦାସ ଏହି ଧାରଣା କର ବା ମର ପରିସ୍ଥିତି ସୃଷ୍ଟି କରିଛି, ଆମ ମହାସଂଘର ଦାବିକୁ ପ୍ରଶାସନିକ ଅଧିକାରୀ ନ ମାନିବା ପର୍ଯ୍ୟନ୍ତ ଏହି ଧାରଣା ଅବ୍ୟାହତ ରହିବ ବୋଲି ପ୍ରତିକ୍ରିୟା ରଖିଛନ୍ତି। ଖବର ଲେଖାହେବା ପର୍ଯ୍ୟନ୍ତ ଆମ୍ବେଦକର ଦଳିତ ମହାସଂଘ ପକ୍ଷରୁ ଶତାଧିକ ମହିଳା ଏବଂ ପୁରୁଷ ଏହି ଧାରଣାରେ ବସିଥିଲେ। ଅନ୍ୟ ପକ୍ଷରେ ପୁଲିସ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories