www.samajalive.in
Sunday, December 7, 2025
23.1 C
Bhubaneswar

ଧ୍ୱଂସର ଦ୍ୱାର ଦେଶରେ ‘ବନ ବିଦ୍ୟାଳୟ ସ୍ମାରକୀ’

ସାକ୍ଷୀଗୋପାଳ: ଧ୍ୱଂସର ଦ୍ୱାର ଦେଶରେ ଉପନୀତ ହୋଇଛି ସତ୍ୟବାଦୀ ଯୁଗର ପଞ୍ଚସଖା ଉତ୍କଳମଣି ଗୋପବନ୍ଧୁ ଦାସ, ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ କୃପାସିନ୍ଧୁ ମିଶ୍ର ଓ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପ୍ରତିଷ୍ଠିତ ଐତିହାସିକ ‘ବନ ବିଦ୍ୟାଳୟ ସ୍ମାରକୀ’। ୧୯୦୯ରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା ଐତିହାସିକ ସତ୍ୟବାଦୀ ବନ ବିଦ୍ୟାଳୟ। ଐତିହ୍ୟ ସମ୍ପନ୍ନସତ୍ୟବାଦୀ ବକୁଳ ବନ ପରିସରରେ ବନ ବିଦ୍ୟାଳୟର ପ୍ରତିଷ୍ଠାତା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସମେତ ସତ୍ୟବାଦୀ ଯୁଗର ଏହି ପଞ୍ଚସଖା ବକୁଳ ବନ ପରିସରରେ ପାଞ୍ଚ ଗୋଟି ଛାତ୍ରାବାସ ନିର୍ମାଣ କରିଥିଲେ। ଏହି ପଞ୍ଚସଖା ପାଞ୍ଚ ଗୋଟି ଛାତ୍ରାବାସ ଦାୟିତ୍ୱରେ ରହିଥିଲେ। ଏହି ଛାତ୍ରାବାସରେ ବିଦ୍ୟାର୍ଥୀମାନେ ରହି ଅଧ୍ୟୟନ କରୁଥିଲେ। ସ୍ୱାଧୀନତା ପରେ ଉତ୍କମଣି ଗୋପବନ୍ଧୁ ଦାସଙ୍କ ତତ୍ତ୍ୱାବଧାନରେ ରହିଥିବା ଛାତ୍ରାବାସ ଟିକୁ ଐତିହାସିକ ସ୍ମାରକୀ ରୂପେ ଆଜି ପର୍ଯ୍ୟନ୍ତ ସଂରକ୍ଷିତ କରାଯାଇଛି। ଏହି ଐତିହାସିକ ‘ବନ ବିଦ୍ୟାଳୟ ସ୍ମାରକୀ’ ଏବେ ଧ୍ୱଂସର ଦ୍ୱାର ଦେଶରେ।

ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଏହି ସ୍ମାରକୀକୁ ଦର୍ଶନ କରିବା ଓ ଏହାର କିମ୍ବଦନ୍ତୀ ଜାଣିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଗୋପବନ୍ଧୁଙ୍କ ପ୍ରେମୀ ଓ ଉଚ୍ଚତର ଅଧ୍ୟାୟନ ତଥା ବନବିଦ୍ୟାଳୟ ଉପରେ ଗବେଷଣା କରୁଥିବା ଛାତ୍ରୀଛାତ୍ରଙ୍କ ସହ ଅନେକ ବଡ଼ ବଡ଼ ଅନୁଷ୍ଠାନ ପାଇଁ ଏହା ପ୍ରମୁଖ ଗବେଷଣା କେନ୍ଦ୍ର ରହିଥିଲା। ବିଦ୍ୟାଳୟ ନିକଟକୁ ଲାଗି ରହିଥିବା ବକୁଳ ବନ ଭିତରେ ଥିବା ବକୁଳ, ଛୁରିଆନା, ତମାଳ ଆଦି ବୃକ୍ଷ ଆଦି ଘଞ୍ଚ ଜଙ୍ଗଲର ପ୍ରକୁତିକ ପରିବେଶ ମଧ୍ୟରେ ପୁରାତନ ବନ ବିଦ୍ୟାଳୟକୁ ବୁଲି ଦେଖିବା ସହ ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି। ପରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ‘ବନ ବିଦ୍ୟାଳୟ ସ୍ମାରକୀ’ ନିକଟକୁ ଆସି ଏହାର ବିଶେଷତ୍ୱ ପରଖିଥାନ୍ତି। ଏହି ସ୍ମାରକୀଟି ସମ୍ପୂର୍ଣ୍ଣ ମାଟି ଯୋଡ଼େଇ କାନ୍ଥ ଓ ଉପରେ ମହୁଡ଼ ମରା ଚାଳ ଛପର କରାଯାଇଛି। ଆନୁମାନିକ ଭାବେ ଦେଖିଲେ ଦୈର୍ଘ୍ୟ ପ୍ରାୟ ୧୫୦ରୁ ୨୦୦ ମିଟର ହୋଇଥିବା ବେଳେ ସମ୍ମୁଖ ପଟେ ୬ ଗୋଟି ପ୍ରବେଶ ଦ୍ୱାର ରହିଛି ଯାହା ୫ ପରିବାର ଚଳିବା ନିମନ୍ତେ ଭିତର ପଟେ ଅନେକ କୋଠରୀ ରହିଛି। ଏହି କୋଠରୀଗୁଡ଼ିକରେ ପଣ୍ଡିତ ଗୋପବନ୍ଧୁଙ୍କ ସହ ତାଙ୍କର ସହକର୍ମୀ ତଥା ଆଚାର୍ଯ୍ୟ ହରିହର, ପଣ୍ଡିତ କୃପାସିନ୍ଧୁ, ପଣ୍ଡିତ ଗୋଦାବରୀଶ, ପଣ୍ଡିତ ନୀଳକଣ୍ଠ ଆଦି ମହାପୁରୁଷ ମାନେ ନିଜେ ରହିବାସହ ଏହାକୁ ଛାତ୍ରାବାସ ଭାବେ ମଧ୍ୟ ବେବହାର କରୁଥିଲେ। ଏହି ସ୍ମାରକୀକୁ ସୁରକ୍ଷିତ ରଖିବା ନିମନ୍ତେ ବିଭିନ୍ନ ସମୟରେ ଏଥିରେ ଲକ୍ଷ ଲକ୍ଷ ଟଙ୍କା ପାଣି ଭଳି ଖର୍ଚ୍ଚ କରାଯାଇଛି। ନିକଟରେ ୨୨/ ୨୩ ଆର୍ଥିକ ବର୍ଷରେ ୨ ଲକ୍ଷ ୫୦ ଟଙ୍କା ଏହାର ମରାମତି ନିମନ୍ତେ ବ୍ୟୟ କରାଯାଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟ କଥା ଦୀର୍ଘ ମାସରୁ ଏକ ନଡ଼ିଆ ଗଛ ଭାଙ୍ଗି ଏହି ସ୍ମାରକୀ ପୀଠ ଉପରେ ପଡ଼ି ରହିଛି। ଯାହାଦ୍ୱାରା ଏହାର ଚାଳଛପର ସମ୍ପୂର୍ଣ୍ଣ ନଷ୍ଟ ହେବା ସହ ବର୍ଷା ପାଣି ଘର ଭିତରେ ପଶି କାନ୍ଥଗୁଡିକ ନଷ୍ଟ ହୋଇ ଭାଙ୍ଗିରୁଜି ଗଲାଣି। ନିୟମିତ ଛପର ହେଉନାହିଁ। ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଇ ଏହାକୁ ପୁନରୁଦ୍ଧାର କରିବା ପରଦିନ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱକୁ ପ୍ରଶାସନ ଦୃଷ୍ଟି ନଦେବାରୁ ଏଭଳି ସମସ୍ୟା ହେଉଛି ବୋଲି ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

- Advertisement -

ଏ ସମ୍ପର୍କରେ ବରିଷ୍ଠ ଶିକ୍ଷାବିତ୍ତ ପ୍ରଣବ ପ୍ରକାଶ ମିଶ୍ର କୁହନ୍ତି, ଏହା ବିଭାଗୀୟ ଅଧିକାରୀଙ୍କ ଚରମ ଅବହେଳା। ଯେଉଁ ପଣ୍ଡିତ ଓ ପାଞ୍ଚ ମହାପୁରୁଷଙ୍କ ପାଇଁ ଓଡ଼ିଆ ଜାତି ଗର୍ବ କରୁଛି ଏପଟେ ସେ ଐତିହ ଗୁଡ଼ିକ ବଞ୍ଚାଇ ରଖିବା ନିମନ୍ତେ ଧ୍ୟାନ ନ ଦେବା ନିନ୍ଦନୀୟ। ଶିକ୍ଷାବିତ ସତ୍ୟବାଦୀ ଦାଶ କୁହନ୍ତି, ପଣ୍ଡିତ ଗୋପବନ୍ଧୁଙ୍କ ଏହି ପୁରାତନ ଐତିହ ସ୍ମାରକୀ ପୀଠକୁ ରାଜ୍ୟ ତଥା ଦେଶରେ ଅନ୍ୟ ସ୍ମାରକୀ ପୀଠ ଭାବେ ସରକାର କିମ୍ବା ପ୍ରଶାସନ ଦୃଷ୍ଟି ଦେଉନାହିଁ। ଏହା କେବଳମାଟି ନିର୍ମିତ ଚାଳ ଛପର ଘର ନୁହେଁ ଏହାକୁ ଯଦି ପ୍ରକୃତ ସ୍ମାରକୀ ଭାବେ ବିବେଚନା କରାଯାଏ। ଏହାର ନଷ୍ଟ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ନିମନ୍ତେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। ଏହି ସ୍ମାରକୀ ପୀଠଟି ସତ୍ୟବାଦୀ ହାଇସ୍କୁଲ ମଧ୍ୟରେ ନିର୍ମିତ ଓ ଏହାର ପ୍ରାଥମିକ ତଦାରଖ ସତ୍ୟବାଦୀ ଶିକ୍ଷା ବ୍ୟବସ୍ଥା ସହ ଜଡିତ ହୋଇଥିବାରୁ ଏହା ଉପରେ ସତ୍ୟବାଦୀ ବ୍ଲକ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ପାଢ଼ୀ କୁହନ୍ତି, ତାଙ୍କ ପାଖରେ ଏହି ସମସ୍ୟା ସମ୍ପର୍କରେ କୌଣସି ଖବର ନାହିଁ କି ସେ ପ୍ରାୟ ଯେବେଠାରୁ ସତ୍ୟବାଦୀରେ ଅବସ୍ଥିତ ହୋଇଛନ୍ତି କେବେ ହେଲେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଯାଇନାହାନ୍ତି। ତେଣୁ ଆଗକୁ ଏହା ଉପରେ ତଦାରଖ କରିବେ ବୋଲି ଅଧିକାରୀ ଶ୍ରୀ ପାଢ଼ୀ ପ୍ରକାଶ କରିଛନ୍ତି।

ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡାଙ୍କ ସହିତ ଯୋଗାଯୋଗ କରା ଯାଇଥିଲା। ଓଡ଼ିଆ ଅସ୍ମିତାର ନାରା ଦେଉଥିବା ଓଡ଼ିଶା ସରକାରଙ୍କର ଓଡ଼ିଆ ଅସ୍ମିତା ପ୍ରତି ଏହା ଚରମ ଅବହେଳା। ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତରେ ଏହି ଐତିହାସିକ ସ୍ମାରକୀ ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ସଂରକ୍ଷିତକରି ସୁରକ୍ଷିତ ରଖିବା ଆବଶ୍ୟକ। ସ୍ଥାନୀୟ ବିଜେପି ନେତା ତ୍ରିଲୋଚନ ରଥ କହିଛନ୍ତି, ଏହି ଐତିହ୍ୟକୁ ବଞ୍ଚାଇ ରଖିବା ନିମନ୍ତେ ଖୁବଶୀଘ୍ର ଏହାର ପୁନରୁଦ୍ଧାର କରାଯିବ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories