www.samajalive.in
Sunday, December 14, 2025
14.1 C
Bhubaneswar

ବୁଥ ଅଧିକାରୀଙ୍କ ଜାତୀୟସ୍ତରୀୟ ପ୍ରଶିକ୍ଷଣ ଶିବିର

ଆଠଗଡ: ସମ୍ବାଧାନିକ ଧାରା ଓ ମୂଲ୍ୟବୋଧଭିତ୍ତିକ କାର୍ଯ୍ୟର ସଫଳ ରୂପାୟନ ନେଇ ବୁଥ ଅଧିକାରୀମାନଙ୍କର ଏକ ୫ ଦିନିଆ ଜାତୀୟ ସ୍ତରୀୟ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚକ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନ ଏବଂ ସହକାରୀ ଜିଲ୍ଲାପାଳ ମାନସ କୁମାର ବେହେରାଙ୍କ ପରିଚାଳନାରେ ଜୁଲାଇ ୭ ରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା।

ପ୍ରଶିକ୍ଷଣ ଶିବିରରେ ୮୯ ଆଠଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଠଗଡ ଓ ତିଗିରିଆ ବ୍ଲକର ମୋଟ ୪୫ ଜଣ ବୁଥସ୍ତରୀୟ ଅଧିକାରୀ ଓ ୫ ଜଣ ସୁପରଭାଇଜରଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ତିଗିରିଆ ତହସିଲଦାର ଅକ୍ଷୟ କୁମାର ପରିଡା, ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯାଜ୍ଞସେନି ଗୋଚ୍ଛାୟତ ଓ ଦିଲ୍ଲୀରେ ଜାତୀୟସ୍ତରୀୟ ତାଲିମ ନେଇ ଆସିଥିବା ସୁପରଭାଇଜର ଲୋକନାଥ ସାହୁ ତାଲିମ ପ୍ରଦାନ କରିଥିଲେ। ବୁଥସ୍ତରୀୟ ଅଧିକାରୀ ମାନଙ୍କର ନିଜ ବୁଥ କ୍ଷେତ୍ରରେ ମୂଲ୍ୟବୋଧଭିତ୍ତିକ ଭୂମିକା ଓ ଏକ ସ୍ୱଚ୍ଛ ତଥା ସଠିକ ଭୋଟର ତାଲିକା ପ୍ରସ୍ତୁତ ନିମନ୍ତେ ବିଶେଷ ପ୍ରଶିକ୍ଷଣ ଦିଆଯାଇଥିଲା।

- Advertisement -

ଆଗାମୀ ଦିନରେ ହେବାକୁ ଥିବା ଭୋଟର ତାଲିକାରେ ନୂତନ ନାମ ପଞ୍ଜୀକରଣ, ନାମ ବାଦ୍ ଦେବା ଏବଂ ସଂଶୋଧନ କାର୍ଯ୍ୟର ଫର୍ମ ପୂରଣ ସହିତ ତାକୁ ଡିଜିଟାଲାଇଜ କରିବା ସହିତ ମୋବାଇଲ୍ ଆପରେ ଆସୁଥିବା ବିଭିନ୍ନ ସମସ୍ୟାର କିପରି ସଫଳ ସମାଧାନ ଓ ରୂପାଯନ କରାଯିବ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା। ବୁଥସ୍ତରୀୟ ଅଧିକାରୀମାନଙ୍କୁ ଏହି ପ୍ରଶିକ୍ଷଣ ମାଧ୍ୟମରେ ଅଧିକ କ୍ରିୟାଶୀଳ କରାଯିବାର ଲକ୍ଷ ରଖାଯାଇଥିବା ଉପଜିଲ୍ଲାପାଳ ଶ୍ରୀ ଶର୍ମା ପ୍ରକାଶ କରିଥିଲେ। ବୁଥ ଅଧିକାରୀ ମାନେ ନିଜ ନିଜ କ୍ଷେତ୍ରରେ ଫର୍ମ ନଂ ୬ , ୭ , ୮ ପୂରଣର ଅଭ୍ୟାସ କାର୍ଯ୍ୟ ଓ ତାଲିମ ସମ୍ପର୍କିତ ପରୀକ୍ଷା ମାନ କରାଯାଇ ପ୍ରମାଣ ପତ୍ର ପ୍ରଦାନ ସହିତ ପୁରସ୍କୃତ କରାଯାଇଥିଲା। ଏହି ତାଲିମ ଶିବିରକୁ ତିଗିରିଆ ବ୍ଲକର ଉପବିଭାଗ ଅଧିକାରୀ ସୁର୍ଯ୍ୟମଣି ସାହୁ, ସୁପରଭାଇଜର ଚନ୍ଦ୍ରକାନ୍ତ ମିଶ୍ର, ନିର୍ବାଚନ କାର୍ଯ୍ୟାଳୟ ସହାୟକ ଆଲୋକ ରଞ୍ଜନ ମହାନ୍ତି, ଉମେଶ ଚନ୍ଦ୍ର ବେହେରା ଏବଂ ମନୋରଞ୍ଜନ ପ୍ରମୁଖ ସହଯୋଗ କରିଥିଲେ।

Hot this week

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

Related Articles

Popular Categories