www.samajalive.in
Sunday, December 14, 2025
14.1 C
Bhubaneswar

କପିଲଙ୍କ ଘରେ ପୁଲିସ, କାଫେ ଉପରକୁ ଗୁଳିମାଡ଼ ପରେ ଘର ବାହାରେ ସୁରକ୍ଷା ବୃଦ୍ଧି

ମୁମ୍ବଇ: ଲୋକପ୍ରିୟ ହାସ୍ୟାଭିନେତା କପିଲ ଶର୍ମାଙ୍କ କାନାଡ଼ାସ୍ଥିତ କାଫେ ଉପରକୁ ଗୁଳିମାାଡ଼ ଘଟଣା ପରେ ମୁମ୍ବାଇସ୍ଥିତ ତାଙ୍କ ବାସଭବନ ବାହାରେ ପୁଲିସ ଗତିବିଧି ଦେଖିବାକୁ ମିଳିଛି। କପିଲଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିଛି ମୁମ୍ବଇ ପୁଲିସ।

ଶୁକ୍ରବାର ସକାଳେ ମୁମ୍ବଇ ପୁଲିସର ଏକ ଟିମ୍‌ ହଠାତ୍ ଓଶିୱାରାସ୍ଥିତ କପିଲ ଶର୍ମାଙ୍କ ଘରେ ପହଞ୍ଚିଥିଲା। ତେବେ ପୁଲିସ କିଛି ସମୟ ରହିବା ପରେ କୌଣସି ବୟାନ ନ ଦେଇ ସେଠାରୁ ଚାଲିଯାଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପୁଲିସର ଉପସ୍ଥିତି ସମୟରେ କିଛି ସମୟ ପାଇଁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।

- Advertisement -

ଖବର ଅନୁସାରେ, ଏହି ଗସ୍ତ କେବଳ ସୁରକ୍ଷା ସମୀକ୍ଷା ପାଇଁ ଥିଲା। ପୁଲିସ ଜାଣିବାକୁ ଚାହୁଁଥିଲା ଯେ, କପିଲଙ୍କ ସୁରକ୍ଷା ଦାୟିତ୍ଵ କେଉଁ ଏଜେନ୍ସି ନେଇଛି, କେତେ ସୁରକ୍ଷାକର୍ମୀ ନିୟୋଜିତ ଅଛନ୍ତି ଏବଂ କୋଠା ଭିତରେ କେତେ ସତର୍କତା ଅବଲମ୍ବନ କରାଯାଉଛି। ଡିଏଲଏଚ ଏନକ୍ଲେଭ ନାମକ ବିଲ୍ଡିଂର ସପ୍ତମ ଏବଂ ନବମ ମହଲାରେ କପିଲ ନିଜ ପରିବାର ସହ ରୁହନ୍ତି। ବାସଭବନ ସହ କପିଲ ଶୁଟିଂ କରୁଥିବା ସ୍ଥାନରେ ମଧ୍ୟ ସୁରକ୍ଷା ବଢାଇ ଦିଆଯାଇଛି।

ସୂଚନାଯୋଗ୍ୟ, କାନାଡାରେ ଥିବା କପିଲ ଶର୍ମାଙ୍କ କାଫେ ଉପରକୁ କେତେକ ଦୁର୍ବୃତ୍ତ ବୁଧବାର ରାତିରେ ଏକାଧିକ ରାଉଣ୍ଡ ଗୁଳିମାଡ କରିଛନ୍ତି। କାର୍‌ରେ ଆସିଥିବା ଦୁର୍ବୃତ୍ତମାନେ ଗୁଳିମାଡ କରିବାପରେ ପଳାଇଯାଇଥିଲେ। ଏହି ଘଟଣାରେ କେହି ଆହତ ହୋଇ ନାହାନ୍ତି। ଏହି ଗୁଳିକାଣ୍ଡର କାରଣ ଜଣାପଡିନାହିଁ। କାଫେ ଉପରକୁ କୌଣସି ଉଦ୍ଦେଶ୍ୟମୂଳକ ଟାର୍ଗେଟ କରାଯାଇଛି କିମ୍ବା କପିଲ ଶର୍ମାଙ୍କୁ ଭୟଭୀତ କରିବାକୁ ଗୁଳିମାଡ ହୋଇଛି ତାହା ଜଣାପଡିନାହିଁ। ତେବେ ଏହି ଆକ୍ରମଣ ପାଇଁ ଖଲିସ୍ତାନୀ ଆତଙ୍କବାଦୀ ହରଜିତ୍ ସିଂହ ଲାଡି ନିଜକୁ ଦାୟୀ କରିଛି। ହରଜିତ୍ ଭାରତ ପାଇଁ ଜଣେ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ। ସେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ବାବର ଖାଲ୍‌ସା ଇଣ୍ଟରନେସନାଲ ସହିତ ସମ୍ପୃକ୍ତ। କପିଲ ଶର୍ମା ଅତୀତ​‌ରେ ଦେଇଥିବା ଏକ ମନ୍ତବ୍ୟ ପାଇଁ ତାଙ୍କ କାଫେ ଉପରକୁ ଏପରି ଆକ୍ରମଣ ହୋଇଥିବା ହରଜିତ୍ କହିଛନ୍ତି।  କପିଲ ତାଙ୍କର ଏହି କାଫେଟିକୁ ନିକଟରେ ଉଦ୍‌ଘାଟନ କରିଥିଲେ।

Hot this week

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

Related Articles

Popular Categories