www.samajalive.in
Sunday, December 14, 2025
16.1 C
Bhubaneswar

କୋକସରା ବ୍ଲକରେ ପେଟ୍ରୋଲ ଡିଜେଲ ସଙ୍କଟ: ଜନସାଧାରଣ ଅସ୍ତବ୍ୟସ୍ତ

ଲଡୁଗାଁ : ସାରା ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଲାଗିରହିଥିବାରୁ କଳାହାଣ୍ଡି ଜିଲ୍ଲାରେ ପେଟ୍ରୋଲ ପମ୍ପ ଗୁଡିକୁ ପେଟ୍ରୋଲ ଆସିବାର ସମ୍ଭାବନା ବହୁତ କମରହିଛି । ଏହାର ପ୍ରଭାବରେ କୋକସରା ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପ ଗୁଡିକରେ ସକାଳୁ ଭିଡ଼ ଲାଗିରହିଥିବା ଦେଖିବାକୁ ମିଳିଥିଲା । ଏହାରି ଭିତରେ କିଏ କିଏ ପ୍ଲାଷ୍ଟିକ ଜାର ତ ଆଉ କିଏ ବୋତଲ ଧରି ଟାଙ୍କି ପାଖରେ ପହଞ୍ଚି  ଯାଇଥିଲେ  । ଅନ୍ୟପଟେ ସନ୍ଧ୍ୟା ବେଳକୁ କୋକସରା ସ୍ଥିତ ପମ୍ପ ମାନଙ୍କରେ ପେଟ୍ରୋଲ ଡିଜେଲ  ନ ପାଇ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଇଛନ୍ତି  ।  ବ୍ଲକର କିଛି ଅଞ୍ଚଳରେ ମଧ୍ୟ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଡିଜେଲ ମଧ୍ୟ ସରି ଯାଇଥିବା ମଧ୍ୟ ଶୁଣିବାକୁ ମିଳିଛି ।  ସରକାରଙ୍କ ସହିତ ଡ୍ରାଇଭର ସଙ୍ଘର ଆଲୋଚନା ଭିତରେ କୌଣସି ନିଷ୍କର୍ଷ ବାହାରି ପାରୁନାହିଁ। ଯାହାଫଳରେ ସାଧାରଣ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ଏହା ସହ ଏବେ ଜନ ଅସନ୍ତୋଷ ମଧ୍ୟ ଦାନା ବାନ୍ଧୁଛି । ଯେମିତି ଆମ୍ବୁଲାନ୍ସ , ଅଗ୍ନିଶମ ଭଳି ଜରୁରୀ କାଳୀନ ସେବା ମଧ୍ୟ  ପେଟ୍ରୋଲର ଅଭାବ ଯୋଗୁଁ  ଅପଦସ୍ତ ହେଉଥିବା ଅଭିଯୋଗ ହେଉଛି ।  ଏପଟେ କୋକସରାର ଦୁଇଟି  ପେଟ୍ରୋଲ ପମ୍ପରେ ଜଣ ପିଛା ୫୦ ଆଉ ୧୦୦ ଟଙ୍କା  ଫିକ୍ସ କରାଯାଇଥିଲା । ଯାହାଦ୍ବାରା କୋକସରା ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଥିଲା । ଅନ୍ୟପଟେ ଗାଁ ଗାଁ ରେ ଚୋରା ବେପାର ସହ ଦରବୃଦ୍ଧି  ମଧ୍ଯ ଅଭିଯୋଗ ହେଉଛି  ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories