www.samajalive.in
Sunday, December 14, 2025
23.1 C
Bhubaneswar

ଏସଆଇଆର ଉପରେ ରହିତାଦେଶ ପାଇଁ ମନା କଲେ ସୁପ୍ରିମକୋର୍ଟ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ସ୍ପେଶାଲ ଇଣ୍ଟେନସିଭ ରିଭିଜନ(ଏସଆଇଆର) ବିରୋଧରେ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ଅବସରରେ ଆବେଦନକାରୀ ଏବଂ ନିର୍ବାଚନ ଆୟୋଗ(ଇସି)ଙ୍କ ପକ୍ଷ ଶୁଣିବା ପରେ କୋର୍ଟ ଏସଆଇଆର ଉପରେ ରହିତାଦେଶ ଦେବାକୁ ମନା କରିଦେଇଛନ୍ତି।

ସୁପ୍ରିମକୋର୍ଟ ଇସିଙ୍କୁ କହିଥିଲେ ଯେ, ଏସଆଇଆର ପାଇଁ ବିଭିନ୍ନ କାଗଜପତ୍ରର ତାଲିକା ଚୂଡ଼ାନ୍ତ ନୁହେଁ। ପ୍ରମାଣ ପାଇଁ ଆଧାର କାର୍ଡ, ଭୋଟର କାର୍ଡ ଏବଂ ରାସନ କାର୍ଡକୁ ସାମିଲ କରିବାକୁ କୋର୍ଟ ଆୟୋଗଙ୍କୁ କହିଥିଲେ। କିନ୍ତୁ ଇସି ଏହାକୁ ବିରୋଧ କରିଥିଲେ।  ସୁପ୍ରିମକୋର୍ଟ ଇସିଙ୍କୁ କହିଥିଲେ, ଆମେ ଆପଣଙ୍କୁ ରୋକୁନାହୁଁ। ଆମେ ଆଇନ ଅନୁସାରେ କାମ କରିବାକୁ କହୁଛୁ। କୋର୍ଟ ଏବେ ଏହି ମାମଲା ଉପରେ ଆସନ୍ତା ୨୮ ତାରିଖରେ ଶୁଣାଣି କରିବେ।

- Advertisement -

ସୂଚନାଯୋଗ୍ୟ, ଏସଆଇଆର ମାଧ୍ୟମରେ ନିର୍ବାଚନ ଆୟୋଗ ପ୍ରତି ଘରକୁ ଘର ଯାଇ ଭୋଟରଙ୍କ ଯାଞ୍ଚ କରିବେ। ଯାଞ୍ଚ ପରେ ନୂଆ ଭୋଟର ତାଲିକା ପ୍ରସ୍ତୁତ କରାଯିବ। ଯାଞ୍ଚ ସମୟରେ ଭୋଟରମାନେ ଏକ ଫର୍ମ ପୂରଣ କରିବେ। ଯେଉଁଥିରେ ସେମାନେ ନିଜର ପୂର୍ଣ୍ଣ ବାସସ୍ଥାନ ଠିକଣା ସହିତ ଫଟୋ ପରିଚୟପତ୍ର ଦେବେ। ୨୦୦୩ରେ ଯେଉଁ ଭୋଟରମାନେ ତାଲିକାଭୁକ୍ତ ନଥିଲେ ସେମାନଙ୍କୁ ଅତିରିକ୍ତ କାଗଜପତ୍ର ଯେପରି କି ଜନ୍ମ ପ୍ରମାଣପତ୍ର, ପିତାମାତାଙ୍କ ଜନ୍ମସ୍ଥାନ ଠିକଣା ଆଦି ଦେବାକୁ ପଡିବ। ୧୯୮୭ ପରେ ଜନ୍ମ ହୋଇଥିବା ଭୋଟରଙ୍କୁ ସେମାନଙ୍କ ପିତାମାତାଙ୍କ ନାଗରିକତ୍ବର ପ୍ରମାଣପତ୍ର ଦେବାକୁ ହେବ। ଏହାଦ୍ବାରା ଅନେକ ଭୋଟର ତାଲିକାରୁ ବାଦ୍‌ ପଡିବାର ଆଶଙ୍କା ରହିଛି ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories