କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଜିଲା ଓ ବ୍ଲକ ପ୍ରଶାସନ ମିଳିତରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ଅନଲାଇନ ଓ ଅଫଲାଇନରେ ୧୫୨ ଜଣ ଭିନ୍ନକ୍ଷମ ନାମ ପଞ୍ଜିକରଣ କରିଥିଲେ। ଜିଲା ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ବିଭାଗର ୭ଜଣ ଡାକ୍ତର ଯଥା ଦୃଷ୍ଟିଶକ୍ତି ବାଧିତ ଡାକ୍ତର ଏମ୍ ସୁରେଶ କୁମାର, ଶ୍ରବଣ ଶକ୍ତି ଡାକ୍ତର ସଂଘମିତ୍ରା ପାତ୍ର, ବାକ ଶକ୍ତି ଡାକ୍ତର ସୁପ୍ରଭା ପଣ୍ଡା, ବୌଧିକ ଅକ୍ଷମତା ଡାକ୍ତର ଏଲପି ଦାସ, ଅସ୍ଥିଶଲ୍ୟ ଡାକ୍ତର ବ୍ରଜେଶ ମେହେର, ଡାକ୍ତର ମମତା ଶତପଥୀ, ଡାକ୍ତର ଜଗନ୍ନାଥ ନାୟକ ପ୍ରମୁଖ ଉପସ୍ଥିତ ରହି ରୋଗୀଙ୍କ ଚିକିତ୍ସା କରିଥିଲେ। ସେଥିରୁ ୨ଜଣଙ୍କୁ ହ୍ବିଲ୍ ଚେୟାର, ୨ଜଣଙ୍କୁ ଟ୍ରାଇସାଇକେଲ, ୩ଜଣଙ୍କୁ ଟ୍ରେଚେସ ପ୍ରଦାନ କରାଯାଇଛି। ବସ୍ ପାସ ପାଇଁ ୨୧ଜଣ, ୯ଜଣଙ୍କୁ ସ୍କଲାରସିପ୍ ଓ ୩୦ଜଣଙ୍କ ରାସନ କାର୍ଡରେ ଆଧାର ଲିଙ୍କ କରାଯାଇଛି। ଏଥିରେ ବିଡିଓ ମନୀଷା ଦାସ, ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ, ବ୍ଲକ ଓ ଆଇସିଡିଏସ, ଅଙ୍ଗନବାଡି କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ, ଜିଲା ଭିନ୍ନକ୍ଷମ ମହାସଂଘର ସମ୍ପାଦକ ଅମରେନ୍ଦ୍ର ନାଥ ସମେତ ଭିନ୍ନକ୍ଷମ କର୍ମକର୍ତ୍ତା, ଅଗ୍ନିଶମ ଓ ପୁଲିସ କର୍ମଚାରୀ ମଧ୍ୟ ଉପସ୍ଥିତ ରହିଥିଲେ। ଏହାକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ବିଶ୍ୱଜିତ ସିଂ ସାମନ୍ତ ପରିଚାଳନା କରିଥିଲେ।
Popular Categories



