www.samajalive.in
Sunday, December 7, 2025
26.1 C
Bhubaneswar

ରାଜଧାନୀରେ ଏହି ମହିଳାଙ୍କୁ ମିଳିବନି ମାଗଣା ବସ୍‌ ସେବା, ସରକାର ଆଣିଲେ ନୂଆ ନିୟମ

ନୂଆଦିଲ୍ଲୀ : ବସ୍‌ରେ ଯାତ୍ରା କରୁଥିବା ଦିଲ୍ଲୀ ମହିଳାଙ୍କୁ ମାଗଣାରେ ଯାତ୍ରା କରିବାର ସୁଯୋଗ ମିଳିବ କି ନାହିଁ । ଏହାକୁ ନେଇ ସରକାର ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି । ନୂଆ ସରକାର ବସ୍‌ରେ ମହିଳାଙ୍କ ମାଗଣା ଯାତ୍ରାକୁ ନେଇ କିଛି ନିୟମ ଆଣିଛନ୍ତି । ମହିଳା ଓ ୩ୟ ଲିଙ୍ଗିଙ୍କ ପାଇଁ ବସ୍‌ରେ ମାଗଣା ଯାତ୍ରାରେ କିଛି ସର୍ତ୍ତ ଲାଗୁ କରାଯିବ। ପ୍ରଥମେ ଦିଲ୍ଲୀର ପ୍ରତ୍ୟେକ ମହିଳା ଏହି ସେବାର ଲାଭ ପାଇ ପାରୁଥିଲେ । ମାତ୍ର ଏବେ କିଛି ମହିଳାଙ୍କୁ ଏହି ସେବାର ଲାଭ ମିଳିବ ନାହିଁ । କାରଣ ସରକାର ଏହି ଯୋଜନାର ନିୟମରେ କିଛି ପରିବର୍ତ୍ତନ କରିଛନ୍ତି ।
ରାଜଧାନୀ ଦିଲ୍ଲୀରେ ମାଗଣା ବସ୍‌ ସେବାକୁ ନେଇ କୁହାଯାଇଛି ଯେ, ଯେଉଁ ମହିଳାମାନେ ଦିଲ୍ଲୀ ନିବାସୀ ହୋଇଥିବେ, କେବଳ ସେମାନଙ୍କୁ ହିଁ ମାଗଣା ବସ୍‌ ସେବା ମିଳିବ । ସେମାନଙ୍କ ନିକଟରେ ସହେଲୀ ସ୍ମାର୍ଟ କାର୍ଡ ହେବା ଜରୁରୀ । ଏହି କାର୍ଡ ପାଇଁ ସର୍ବପ୍ରଥମେ ମହିଳା ଦିଲ୍ଲୀ ନିବାସୀ ହେବା ଆବଶ୍ୟକ । ତାଙ୍କ ନିକଟରେ ଦିଲ୍ଲୀର ଭୋଟର ଆଇଡି, ରାସନକାର୍ଡ କିମ୍ବା ବିଜୁଳି ବିଲ୍‌ ଥିବା ଆବଶ୍ୟକ ।

ଏହି ରାଶିଙ୍କ ପାଇଁ ବଡ ଖୁସି ନେଇ ଆସୁଛି ଶ୍ରାବଣ: ଗ୍ରହଙ୍କ ଦୁର୍ଲ୍ଲଭ ଯୋଗ, ଶିବଙ୍କ କୃପାରୁ ବର୍ଷିବ ଧନ, ଖାଲି ମିଳିବ ସଫଳତା..

- Advertisement -

ମହିଳାଙ୍କ ବୟସ ୧୨ ବର୍ଷରୁ ଅଧିକ ହେବା ଆବଶ୍ୟକ । ଆଧାରକାର୍ଡ, ନିବାସୀ ପ୍ରମାଣପତ୍ର, ପାନ୍‌ କାର୍ଡ ଓ ପାସ୍‌ପୋର୍ଟ ଫଟୋ ଥିବା ଆବଶ୍ୟକ । ପୂର୍ବରୁ ଥିବା ନିୟମାନୁଯାୟୀ, ଯେକୌଣସି ରାଜ୍ୟର ମହିଳା ଯେଉଁମାନେ ଦିଲ୍ଲୀରେ ବସବାସ କରୁଥିଲେ, ସେମାନେ ମଧ୍ୟ ଏହି ଲାଭ ପାଉଥିଲେ । ମାତ୍ର ବର୍ତ୍ତମାନ ଏହି ସୁବିଧା କେବଳ ଦିଲ୍ଲୀର ମହିଳା ହିଁ ପାଇପାରିବେ।
ଯେଉଁ ମହିଳାଙ୍କୁ ଏହି ସୁବିଧା ମିଳିବ ନାହିଁ, ସେମାନଙ୍କ ପାଇଁ ଭଡାରେ କ’ଣ ପରିବର୍ତ୍ତନ ରହିବ, ସେନେଇ କୌଣସି ସ୍ପଷ୍ଟ ସୂଚନା ଏଯାଏଁ ମିଳି ନାହିଁ ।

ଦେଖନ୍ତୁ ଭିଡିଓ ; ମାତ୍ର ୬ ମିନିଟ୍‌ରେ ୧୬ ଫୁଟ୍‌ ଅହିରାଜକୁ କାବୁ କଲେ ମହିଳା ବନ ଅଧିକାରୀ..

ଦେଖନ୍ତୁ ଭିଡିଓ; ଟ୍ରେନ୍‌ରେ ଖାଦ୍ୟ ଖାଇବା ପୂର୍ବରୁ.. ରେଳଧାରଣାରୁ ଗୋଟାଇ ଧୋଇଲେ ପ୍ଲେଟ୍‌, ଆଶ୍ଚର୍ଯ୍ୟ କରିବ କାରଣ

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories