ନୂଆଦିଲ୍ଲୀ : ଓପୋ ରେନୋ ୧୪ ସିରିଜ ଭାରତ ବଜାରରେ ପ୍ରବେଶ କରି ସାରିଛି। ଏହି ଫୋନ୍ ଦମ୍ଦାର୍ ବ୍ୟାଟେରୀ ଓ ଜବରଦସ୍ତ କ୍ୟାମେରା ସହ ଲଞ୍ଚ ହୋଇଛି। ଏହା ବ୍ୟତୀତ କମ୍ପାନୀ ଭାରତରେ ଓପୋ ପାଡ୍ ଏସଇକୁ ମଧ୍ୟ ଆଣିଛି, ଯାହା ୯୩୪୦ଏମଏଏଚର ବ୍ୟାଟେରୀ ସହ ଅନେକ ଦମ୍ଦାର୍ ଫିଚର ସହ ଆସୁଛି । ଓପୋର ଏହି ୨ଟି ଫୋନ୍ ଦେଖିବାକୁ ଆଇଫୋନ୍ ୧୬ ପ୍ରୋ ଭଳି । ଫୋନ୍ରେ ୬,୨୦୦ ଏମଏଏଚ ପର୍ଯ୍ୟନ୍ତ ବ୍ୟାରେଟରୀ, ୫୦ ଏମପି କ୍ୟାମେରା ଭଳି ଫିଚର ମଧ୍ୟ ଦିଆଯାଇଛି ।
ଓପୋର ଏହି ୨ଟି ଫୋନ୍ ୧୨ଜିବି ର୍ୟାମ୍ ଓ ୫୧୨ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ୍ ସହ ଆସୁଛି । ମଡେଲ୍ ୩ ଷ୍ଟୋରେଜ୍ ଭାରିଆଣ୍ଟ- ୮ଜିବି ର୍ୟାମ୍ + ୨୫୬ଜିବି, ୧୨ଜିବି ର୍ୟାମ୍ + ୨୫୬ ଜିବି ଓ ୧୨ ଜିବି ର୍ୟାମ୍ + ୫୧୨ ଜିବିରେ ଲଞ୍ଚ କରାଯାଇଛି ।
ସେହିପରି ପ୍ରୋ ମଡେଲ୍ର ୨ଟି ଷ୍ଟୋରେଜ୍ ଭାରିଆଣ୍ଟ ୧୨ଜିବି ର୍ୟାମ୍ + ୨୫୬ଜିବି ଓ ୧୨ଜିବି ର୍ୟାମ୍ +୫୧୨ଜିବିରେ ଆସିଥାଏ। ରେନୋ ୧୪ର ଆରମ୍ଭ ଦାମ୍ ୩୭,୯୯୯ ଟଙ୍କା। ସେହିପରି ଏହାର ପ୍ରୋ ମଡେଲ୍ ୪୯,୯୯୯ ଟଙ୍କାରେ ଆସୁଛି ।
ଏହି ଦୁଇଟି ଫୋନ୍ର ବିକ୍ରି ଜୁଲାଇ ୮ ତାରିଖରେ ଇ-କମର୍ସ ୱେବସାଇଟ୍ ଆମାଜନ୍, ଫ୍ଲିପକାର୍ଟ, କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ସହିତ ପ୍ରମୁଖ ଅନଲାଇନ୍ ଏବଂ ଅଫ୍ଲାଇନ୍ ଷ୍ଟୋର୍ରେ ଆରମ୍ଭ ହେବ। କମ୍ପାନୀ ଫୋନ୍ କ୍ରୟ ଉପରେ ୧୦% ପର୍ଯ୍ୟନ୍ତ ତୁରନ୍ତ କ୍ୟାସବ୍ୟାକ୍ ପ୍ରଦାନ କରୁଛି। ଏହା ବ୍ୟତୀତ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ବୋନସ୍ ମଧ୍ୟ ଉପଲବ୍ଧ ହେବ। ଏହା ସହିତ ଜିଓ ଉପଭୋକ୍ତାମାନଙ୍କୁ ୧୮୦ ଦିନର ମାଗଣା ସ୍କ୍ରିନ୍ ରିପ୍ଲେସମେଣ୍ଟ, ୩ ମାସର ଗୁଗଲ୍ ୱାନ୍ ସବସ୍କ୍ରିପସନ୍ ଏବଂ ୬ ମାସ ପାଇଁ ୧୦ଟି ଓଟିଟି ଆପ୍ ଆକ୍ସେସ୍ ମିଳିବ।
ଓପୋର ଏହି ଦୁଇଟି ଫୋନ୍ AMOLED ଡିସପ୍ଲେ ସହିତ ଆସିଥାଏ, ଯାହା ୧୨୦ ଏଚଜେଡ୍ ଉଚ୍ଚ ରିଫ୍ରେସ୍ ରେଟ୍ ସହିତ ଫୁଲ୍ ଏଚଡି ପ୍ଲସ୍ ରିଜୋଲ୍ୟୁସନ୍ ଏବଂ କର୍ଣ୍ଣିଂ ଗରିଲା ଗ୍ଲାସ୍ ୭ଆଇ ସପୋର୍ଟ କରେ। ରେନୋ ୧୪ରେ ୬.୫୯ ଇଞ୍ଚ ସ୍କ୍ରିନ୍ ରହିବ। ରେନୋ ୧୪ ପ୍ରୋରେ ୬.୮୩ ଇଞ୍ଚ ଡିସପ୍ଲେ ଅଛି। ଏହି ଦୁଇଟି ଫୋନ୍ ଇନ୍-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର୍, ଆଇପି୬୯ ୱାଟର ଏବଂ ଡଷ୍ଟ ପ୍ରୁଫ୍ ରେଟିଂ ସହିତ ଆସିଥାଏ।
ରେନୋ ୧୪ ସିରିଜର ଏହି ଦୁଇଟି ଫୋନରେ ୧୨ ଜିବି ଏଲପିଡିଡିଆର୫ଏକ୍ସ ର୍ୟାମ୍ ଏବଂ ୫୧୨ଜିବି ପର୍ଯ୍ୟନ୍ତ ୟୁଏଫଏସ ୩.୧ର ସମର୍ଥନ ରହିଛି। ମେମୋରୀ କାର୍ଡ ମାଧ୍ୟମରେ ଫୋନର ମେମୋରୀକୁ ବୃଦ୍ଧି କରାଯାଇପାରିବ। ରେନୋ ୧୪ ରେ MediaTek Dimensity ୮୩୫୦ ପ୍ରୋସେସର ଉପଲବ୍ଧ ହେବ। ଏହାର ପ୍ରୋ ମଡେଲରେ Dimensity ୮୪୫୦ ପ୍ରୋସେସର ରହିଛି। ଏହାର ବେସ୍ ମଡେଲରେ ୬,୦୦୦ ଏମଏଏଚ ବ୍ୟାଟେରୀ ଏବଂ ୮୦ ୱାଟ୍ ତାରଯୁକ୍ତ ଫାଷ୍ଟ ଚାର୍ଜିଂର ସମର୍ଥନ ରହିବ। ପ୍ରୋ ମଡେଲରେ ୮୦ ୱାଟ୍ ତାରଯୁକ୍ତ ଏବଂ ୫୦ ୱାଟ୍ ତାରବିନା ଚାର୍ଜିଂ ସହିତ ୬,୨୦୦ ଏମଏଏଚ ବ୍ୟାଟେରୀ ଅଛି।
ଓପୋ ରେନୋ ୧୪ ସିରିଜର ଦୁଇଟି ଫୋନ୍ ଟ୍ରିପଲ୍ କ୍ୟାମେରା ସେଟଅପ୍ ସହିତ ଆସିଥାଏ। ଏହାର ବେସ୍ ମଡେଲ୍ରେ ୫୦ ଏମପି ମୁଖ୍ୟ, ୮ ଏମପି ଅଲ୍ଟ୍ରା ୱାଇଡ୍ ଏବଂ ୫୦ ଏମପି ଟେଲିଫୋଟୋ କ୍ୟାମେରା ରହିବ। ପ୍ରୋ ମଡେଲ୍ରେ ୫୦ ଏମପି + ୫୦ ଏମପି + ୫୦ ଏମପିର ତିନୋଟି କ୍ୟାମେରା ଉପଲବ୍ଧ। ଏହି ଦୁଇଟି ଫୋନ୍ରେ ସେଲ୍ଫି ଏବଂ ଭିଡିଓ କଲିଂ ପାଇଁ ୫୦ ଏମପି କ୍ୟାମେରା ଅଛି। ଏଗୁଡ଼ିକ ଆଣ୍ଡରଏଡ୍ ୧୫ ଉପରେ ଆଧାରିତ ColorOS ୧୫ ରେ କାମ କରନ୍ତି। ଏଥିରେ ୱାଇଫାଇ, ବ୍ଲୁଟୁଥ୍ ୫.୪, ଏନ୍ଏଫସି, ଇସିମ୍ ଭଳି ସପୋର୍ଟ ଦିଆଯାଇଛି।



