ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ଗ୍ରାମ ପଞ୍ଚାୟତରେ ସାମାଜିକ ସମୀକ୍ଷା ଓ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଛି। ଏହି ଅବସରରେ ଡିଣ୍ଡିରା ଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଏକ ସାମାଜିକ ସମୀକ୍ଷା ଓ ମନରେଗା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଉପରେ ସଚେତନତା ବାର୍ତ୍ତା ପ୍ରଦାନ ସହ ଏକ ପଦଯାତ୍ରା ଗାମ୍ବେରି ଗୁଡା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ଏବଂ ପଦଯାତ୍ରା ପରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଏକ ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଛି।
ଡିଣ୍ଡିରା ଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ରଞ୍ଜିତା କହଁର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ଗ୍ରାମ ସଭା ଏବଂ ସାମାଜିକ ସମୀକ୍ଷା ବୈଠକରେ ଜିଲ୍ଲା ସାମାଜିକ ସମୀକ୍ଷକ ଦୁଃଶାସନ ସିଂ ଯୋଗ ଦେଇଥିବା ବେଳେଏ ପି ଓ ସୁମନ୍ତ ଉଠାଣ ସିଂ, ବ୍ଲକ ସାମାଜିକ ସମୀକ୍ଷକ ସଞ୍ଜୟ କୁମାର ଦିଗାଲ, ବି ଏଫ ଟି ଅଶୋକ ଦେହୁରୀ, ଭି ଆର ପି ମଣି ମଞ୍ଜୁଳା କର୍ଣ୍ଣ, ବିଷ୍ଣୁ ପ୍ରିୟା କହଁର, କୁନି ଦିଗାଲ ଯୋଗ ଦେଇଥିଲେ। ଏହି ସ୍ୱତନ୍ତ୍ର ବୈଠକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମନରେଗା ଓ ଜାତୀୟ ଖାଦ୍ୟ ସୁରକ୍ଷାରେ ଗତ ୬ ମାସରେ ହୋଇଥିବା କାର୍ଯ୍ୟର ସମୀକ୍ଷା କରା ଯାଇଥିଲା।



