www.samajalive.in
Saturday, December 13, 2025
26.1 C
Bhubaneswar

ମାମୁଁ ସହିତ ୧୫ବର୍ଷର ପ୍ରେମ ସମ୍ପର୍କ: ବିବାହର ୪୫ ଦିନ ପରେ ସ୍ଵାମୀକୁ ହତ୍ୟା କଲା ସ୍ତ୍ରୀ

ଔରଙ୍ଗାବାଦ: ମେଘାଳୟରେ ହନିମୁନ ମର୍ଡର ଘଟଣାର ପୁନରାବୃତ୍ତି ଘଟିଛି ବିହାରରେ। ମେଘାଳୟ ଘଟଣା ଭଳି ପ୍ରେମ ସମ୍ପର୍କକୁ ନେଇ ପତିକୁ ତାର ପ୍ରେମିକ ସହାୟତାରେ ହତ୍ୟା କରିଛି ପତ୍ନୀ। ରିପୋର୍ଟ ଅନୁଯାୟୀ ବିହାରର ଔରଙ୍ଗାବାଦ ଜିଲାରେ ପତ୍ନୀ ଗୁଞ୍ଜା ସିଂହ ଦେବୀ (୨୫) ତାଙ୍କ ପତୀ ପ୍ରିୟାଂଶୁ କୁମାର ସିଂହ (୨୪)ଙ୍କୁ ପ୍ରେମିକ ସହାୟତାରେ ହତ୍ୟା କରିଛି। ଗତ ଜୁନ୍ ୨୪ ତାରିଖରେ ପ୍ରିୟାଂଶୁଙ୍କୁ ନବିନଗର ରେଳ ଷ୍ଟେସନ ନିକଟରେ ଗୁଳିକରି ହତ୍ୟା କରାଯାଇଥିଲା।
ନିଜର ପ୍ରେମ ସମ୍ପର୍କକୁ ନେଇ ଗୁଞ୍ଜା ସିଂହ ବିବାହର ୪୫ ଦିନ ପରେ ନିଜ ସ୍ବାମୀକୁ ହତ୍ୟା କରିଥିଲେ। ଗୁଞ୍ଜା ସିଂହ ନିଜ ମାମୁ ଜୀବନ ସିଂହ (୫୨)ଙ୍କୁ ପ୍ରେମ କରୁଥିଲେ। ଉଭୟଙ୍କ ମଧ୍ୟରେ ୧୫ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା। ନିଜର ପ୍ରେମକୁ ଚରିତାର୍ଥ କରିବା ଲାଗି ଗୁଞ୍ଜା ତାଙ୍କ ସ୍ବାମୀକୁ ହତ୍ୟା କରିବା ଲାଗି ଷଡଯନ୍ତ୍ର କରିଥିଲେ। ମାମୁଙ୍କୁ ବିବାହ କରିବା ଲାଗି ଗୁଞ୍ଜା ଇଚ୍ଛା କରିଥିଲେ। ମାତ୍ର ପରିବାର ଲୋକ ଏହାକୁ ବିରୋଧ କରିବା ସହିତ ଗୁଞ୍ଜାଙ୍କୁ ଅନ୍ୟତ୍ର ବିବାହ କରାଇ ଦେଇଥିଲେ। ପୁଲିସ ତଦନ୍ତରୁ ଜଣାଯାଇଛି ଯେ ଜୁନ୍ ୨୪ ତାରିଖ ରାତିରେ ପ୍ରିୟାଂଶୁ ନିଜ ଭଭଣୀ ଘରୁ ଫେରିବା ସମୟରେ ସେ ପତ୍ନୀ ଗୁଞ୍ଜାଙ୍କୁ ଫୋନ କରି ଷ୍ଟେସନରୁ ନେବା ଲାଗି କାହାକୁ ପଠାଇବା ପାଇଁ କହିଥିଲେ। ତେବେ ଷ୍ଟେସନରେ ତାଙ୍କୁ ଦୁଇଜଣ ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଥିଲେ। ପୁଲିସ ଘଟଣାର ତଦନ୍ତ କରିବା ସମୟରେ ଗୁଞ୍ଜା ଦେବୀ ନିଜ ବାପ ଘରକୁ ପଳାଇ ଯାଇଥିଲେ। ପୁଲିସ ଗୁଞ୍ଜା ଦେବୀଙ୍କ ଉପରେ ସନ୍ଦେହ କରିବା ସହିତ ତଦନ୍ତକୁ ତାଙ୍କ ଉପରେ କେନ୍ଦ୍ରୀଭୂତ କରିଥିଲା। ଗୁଞ୍ଜାଙ୍କ ଫୋନ ରେକର୍ଡକୁ ଯାଞ୍ଚ କରିବା ସମୟରେ ସେ ନିୟମିତ ଭାବେ ମାମୁ ଜୀବନ ସିଂହଙ୍କ ସହ ଯୋଗାଯୋଗରେ ରହୁଥିବା ଜଣାପଡିଥିଲା। ସେହିପରି ଜୀବନ ସିଂହଙ୍କ ଫୋନ ରେକର୍ଡକୁ ଯାଞ୍ଚ କରାଯିବା ପରେ ସେ ହତ୍ୟାକାରୀଙ୍କ ସହିତ ଯୋଗାଯୋଗ କରିଥିବା ଜଣାପଡିଥିଲା। ପୁଲିସ ଗୁଞ୍ଜା ଦେବୀଙ୍କୁ ଜେରା କରିବା ସମୟରେ ସେ ସମସ୍ତ ଘଟଣା ସ୍ବୀକାର କରିଥିଲେ। ପୁଲିସ ଗୁଞ୍ଜା ଦେବୀ ଓ ଦୁଇ ହତ୍ୟାକାରୀଙ୍କୁ ଗିରଫ କରିଥିବାବେଳେ ଜୀବନ ସିଂହଙ୍କୁ ଗିରଫ କରିବା ଲାଗି ଉଦ୍ୟମ ଚଳାଇଛି। ମେଘାଳୟ ହନିମୁନ ମର୍ଡର ଘଟଣା ଭଳି ଏହି ଘଟଣାରେ ପ୍ରେମିକ ହତ୍ୟାକାଣ୍ଡ ପାଇଁ ଅର୍ଥ ବଦଳରେ ହତ୍ୟାକାରୀଙ୍କୁ ନିୟୋଜିତ କରିଥିଲା। ଗିରଫ ହୋଇଥିବା ଠିକା ହତ୍ୟାକାରୀ (କଣ୍ଟାକ୍ଟ କିଲର) ହେଲେ ଝାଡଖଣ୍ଡ ଗରୱାଲ ଜିଲାର ଜୟଶଙ୍କର ଚୌବେ ଓ ମୁକେଶ ଶର୍ମା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories