www.samajalive.in
Friday, December 5, 2025
23.1 C
Bhubaneswar

ଶୁକ୍ରବାର ରାଶିଫଳ: ସାରାଦିନ ସତର୍କରେ ଚଳିବାକୁ ପଡ଼ିବ

ମେଷ: ରାଜା ତୁଲ୍ୟ କ୍ଷମତାଶାଳୀ ହେବେ। ତେଜୀୟାନ୍‌ ହେବେ। ଧର୍ମଧ୍ବଜାଧାରୀ ହୋଇପାରନ୍ତି। ଉତ୍ତମ ପୁତ୍ରର ଜନକ ହେବେ। ଜନବଲ୍ଲଭ ଭାବେ ସମାଜିକ ସ୍ତରରେ ସମ୍ମାନିତ ହେବେ।

ବୃଷ: କାର୍ତ୍ତିକେୟଙ୍କ ସଦୃଶ୍ୟ ରୂପବନ୍ତ ହେବେ। ଆପଣଙ୍କ କଥାବାର୍ତ୍ତା, ଚାଲିଚଳନ ଓ ବ୍ୟବହାର ପ୍ରାଣସ୍ପର୍ଶୀ ହେବ। କୀର୍ତ୍ତିମାନ୍‌ ହେବେ। ସଦା ସମୃଦ୍ଧର ରହିବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି।

- Advertisement -

ମିଥୁନ: ବ୍ୟବହାରରେ ସଂଯମତା ରକ୍ଷା ନ କଲେ ମିତ୍ରମାନେ ବିରାଗ ମନୋଭାବର ହୋଇପାରନ୍ତି। ବିଦେଶ ଗମନ ଇଚ୍ଛା ଥିଲେ ବି ସ୍ବାସ୍ଥ୍ୟ ହାନି ପାଇଁ ଯାତ୍ରା ସ୍ଥଗିତ ରଖିବାକୁ ପଡ଼ିବ। ଅର୍ଥାଭାବ ଦେଖାଦେବ।

କର୍କଟ: ଅକ୍ଲେଶରେ ଶତ୍ରୁ ଉପରେ ବିଜୟ ହାସଲ କରିବେ। ଧନ ବୃଦ୍ଧି ହେବାର ସଙ୍କେତ ମିଳୁଛି। ଜଣେ ମହାନ୍‌ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଜନସାଧାରଣଙ୍କ ଅନୁରୋଧରେ ଉଚ୍ଚାସନରେ ଆସୀନ ହେବେ।

ସିଂହ: ବିବେକାନୁମୋଦିତ ସତ୍‌କର୍ମରେ ନିଜକୁ ନିୟୋଜିତ କରି ସମ୍ମାନିତ ହେବେ। ନାନା ସୁଖ ପ୍ରାପ୍ତି ସହିତ ବିଶାଳ ଯଶର ଅଧିକାରୀ ହେବେ। ପ୍ରତ୍ୟେକ କ୍ଷେତ୍ରରେ ପ୍ରାଧାନ୍ୟ ରହିବ। ସମସ୍ତ କଳ୍ମଷ ଦୂର ହେବ।

କନ୍ୟା: ଆପଣଙ୍କ ବକ୍ତବ୍ୟ ପ୍ରାଣସ୍ପର୍ଶୀ ହେବ। ଅସୁସ୍ଥତା ଯୋଗଁୁ ଅଧିକ ବିଶ୍ରାମ ନେବାକୁ ଇଚ୍ଛା କରିବେ। ଶୌର୍ଯ୍ୟଶାଳୀ ହୋଇପାରନ୍ତି। ଉପକାରୀ ବ୍ୟକ୍ତିଙ୍କଠାରେ କୃତଜ୍ଞ ହେବେ। ଶାସ୍ତ୍ରାନୁରକ୍ତ ଓ ବୁଦ୍ଧିମାନ୍‌ ହେବେ।

ତୁଳା: ସାରାଦିନ ସତର୍କରେ ଚଳିବାକୁ ପଡ଼ିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ତେଜହୀନ ହେବେ। ଶୁଭକାର୍ଯ୍ୟ ସ୍ଥଗିତ ରଖିପାରନ୍ତି। ବୁଦ୍ଧି, ବିଦ୍ୟା ପ୍ରୟୋଗ କରି ଶ୍ରେଷ୍ଠ କର୍ମଯୁକ୍ତ ହୋଇପାରନ୍ତି।

ବିଛା: ରାଜ ପୂଜ୍ୟ ଯୋଗ୍ୟ ହୋଇପାରନ୍ତି। ବହୁ ଶାସ୍ତ୍ର ଅଧ୍ୟୟନ କରି ମତିମାନ୍‌ ହେବେ। ଉତ୍ତମ ମିତ୍ର ଅର୍ଜନ କରିବାରେ ସିଦ୍ଧହସ୍ତ ହେବେ। ମନୋଜ୍ଞ ହୋଇପାରନ୍ତି। ଅଧସ୍ତନଙ୍କ ପ୍ରେରଣାର ଉତ୍ସ ହେବେ।

ଧନୁ: ପ୍ରତ୍ୟେକ କାର୍ଯ୍ୟ ଭାବିଚିନ୍ତି କରିବାକୁ ପଡ଼ିବ। ନିଜେ ଅସୁସ୍ଥତା ଅନୁଭବ କରୁଥିଲେ ବି କର୍ମତତ୍ପର ରହିବେ। ଶତ୍ରୁ ଯେତେ ବଳବାନ୍‌ ହେଲେ ବି ତାକୁ ପରାସ୍ତ କରି ବିଜୟର ବାନା ଉଡ଼ାଇ ପାରନ୍ତି।

ମକର: ନିସର୍ଗ ସୁଖ ଭୋଗ କରିପାରନ୍ତି। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ପ୍ରଭୃତ୍ବ ବିସ୍ତାର କରି ଆଶ୍ରିତମାନଙ୍କର ପଥ ପ୍ରଦର୍ଶକ ହେବେ। ଶାସ୍ତ୍ର ବିଚକ୍ଷଣତା ଆପଣଙ୍କୁ ଉଚ୍ଚାସନ ଦେବ। ଧର୍ମ କାର୍ଯ୍ୟ ସମ୍ପାଦନ କରିବେ।

କୁମ୍ଭ: ଜଣେ ଉତ୍ତମ ବକ୍ତାଭାବେ ଶ୍ରୋତାମାନଙ୍କର ମନମୁଗ୍ଧ କରିପାରନ୍ତି। ଶ୍ରେଷ୍ଠାସନରେ ଆସୀନ ହେବେ। କୃପାନିଧାନଙ୍କ କୃପାପାତ୍ର ହୋଇପାରନ୍ତି। ଗୁରୁଙ୍କ ଧ୍ୟାନରେ ରହି ପରମପଦ ପ୍ରାପ୍ତି କରିପାରନ୍ତି।

ମୀନ: ବିଳାସବ୍ୟସନ ଆଡ଼କୁ ମନ ଢଳାଇପାରନ୍ତି। ହୃଦୟରେ କୁଟିଳ ଭାବ ଜାତ ହୋଇପାରେ। ବେଳେବେଳେ ଧୈର୍ଯ୍ୟହରା ହୋଇ ଭୁଲ କାର୍ଯ୍ୟରେ ନିୟୋଜିତ ହେବେ। ପତ୍ନୀଙ୍କ ପରାମର୍ଶ ଗ୍ରହଣ କରିବେ।

Hot this week

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

Related Articles

Popular Categories