ଛତ୍ରପୁର: ତେଲେଙ୍ଗାନାର କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା। ଏଥିରେ ୪ ଓଡିଆର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଏ ପର୍ଯ୍ୟନ୍ତ ୪ ଜଣ ଓଡିଆଙ୍କର ମୃତଦେହ ଚିହ୍ନଟ ହୋଇଛି। ୪ ମୃତକ ଗଞ୍ଜାମ, କଟକ, ବାଲେଶ୍ଵର ଏବଂ ଯାଜପୁର ଜିଲ୍ଲାର ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲା ଛତ୍ରପୁର ଅଚଂଳ ରାମକିଷ୍ଣା ନଗରର ଆର.ଭି.ଜଗନ ମୋହନ ରହିଛନ୍ତି । ଆଜି ସକାଳୁ ତାଙ୍କର ମୃତଦେହ ନିଜ ଜନ୍ମମାଟିକୁ ଫେରିଛି । ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ସେ ଦୀର୍ଘ ୩୫ ବର୍ଷ ହେଲା ପରିବାର ସହ ତେଲଙ୍ଗାନାରେ ରହୁଥିବା ବେଳେ ଉକ୍ତ କମ୍ପାନୀରେ ସେ ଦିର୍ଘ ୨୦ ବର୍ଷ ହେଲା କାମ କରୁଥିଲେ । ଏବେବି ଜିଲାର ଅନେକ ଲୋକ ଆହତ ହୋଇ ଚିକିତ୍ସା ଚାଲୁଥିବା ସୂଚନା ରହିଛି ।
Popular Categories



