www.samajalive.in
Friday, December 5, 2025
23.1 C
Bhubaneswar

ହେରାପଞ୍ଚମୀରେ ରଥ ଭାଙ୍ଗିଲେ ଅଭିମାନିନୀ ମହାଲକ୍ଷ୍ମୀ

ଆଠଗଡ: ପବିତ୍ର ହେରାପଞ୍ଚମୀ ତିଥିରେ ପରମ୍ପରା ଅନୁଯାୟୀ ଅଭିମାନ ଜର୍ଜରିତ ମହାଲକ୍ଷ୍ମୀ ଶ୍ରୀ ଅଟ୍ଟାଳି ଜଗନ୍ନାଥଙ୍କ ରଥ ଭାଙ୍ଗି ମନ୍ଦିରକୁ ଫେରିଛନ୍ତି। ମହାଲକ୍ଷ୍ମୀଙ୍କୁ ସାଥିରେ ନନେଇ ଶ୍ରୀ ଜଗନ୍ନାଥ ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଘୋଷଯାତ୍ରାରେ ଯାଇଥିବାରୁ ରାଗ, ଅଭିମାନ ଜର୍ଜରିତ ମହାଲକ୍ଷ୍ମୀ ହେରାପଞ୍ଚମୀ ତିଥିରେ ଗୁଣ୍ଡିଚା ଘରକୁ ଯାଇ ଶ୍ରୀ ଜଗନ୍ନାଥଙ୍କ ସହ କଳି କରିଥିଲେ।

ମଙ୍ଗଳବାର ସନ୍ଧ୍ୟାରେ ଅଟ୍ଟାଳି ଜଗନ୍ନାଥ ମନ୍ଦିରୁ ଏକ ସୁସଜ୍ଜିତ ବିମାନରେ ମହାଲକ୍ଷ୍ମୀ ଭବ୍ୟ ଶୋଭାଯାତ୍ରାରେ ରାଧାନାଥପୁର ଶାସନ ନିକଟ ଯଜ୍ଞନାରାୟଣ ମନ୍ଦିର ପରିସରରେ ଥିବା ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ଯାଇଥିଲେ। ସେଠାରେ ପାରମ୍ପରିକ ପୂଜା ନୀତି ସହିତ ଲକ୍ଷ୍ମୀନାରାୟଣ ଭେଟ ଅନୁଷ୍ଠିତ ହୋଇଥିଲା। ଏହି ସମସ୍ତ ପୂଜାକର୍ମ ଓ ନୀତିକାନ୍ତି ରାଜପୁରୋହିତ ସୁଶାନ୍ତ କୁମାର ମିଶ୍ର ସମ୍ପନ୍ନ କରିଥିବା ବେଳେ ବଡପଣ୍ଡା ଓ ଅନ୍ୟ ସେବାୟତ ସହଯୋଗ କରିଥିଲେ।

- Advertisement -

ଗୁଣ୍ଡିଚା ଘରୁ ଫେରିବା ବାଟରେ ପରମ୍ପରା ଅନୁସାରେ ଅଭିମାନିନୀ ମହାଲକ୍ଷ୍ମୀ ଶ୍ରୀ ଜଗନ୍ନାଥଙ୍କ ରଥର କିଛି ଅଂଶ ଭାଙ୍ଗିବା ନୀତି ସମ୍ପନ୍ନ ହୋଇଥିଲା। ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ସୁପରଭାଇଜର ଭବାନୀ ଶଙ୍କର ପଣ୍ଡା ଓ ଅନ୍ୟ କର୍ମଚାରୀ ପରିଚାଳନା କରିଥିଲେ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories