ସମାଜ ଡିଜିଟାଲ ଡେସ୍କ: ଅଜବ କାରନାମା ପାଇଁ ମଧ୍ୟପ୍ରଦେଶ ସବୁବେଳେ ଚର୍ଚ୍ଚାରେ ରହିଆସେ। ଏମିତି ପୁଣି ଏକ କାରନାମା ଦେଖବାକୁ ମିଳିଛି ଏଠାରେ। ରାସ୍ତା ଜାମ ହେବାରୁ ଲୋକେ ରେଳ ଟ୍ରାକରେ ଗାଡ଼ିମୋଟର ଧରି ଯିବା ଆସିବା କଲେ। ଏହି ଘଟଣାର ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।
ସୂଚନା ଅନୁସାରେ, ବିଦ୍ୟୁତ ସମସ୍ୟାରେ ଘାଣ୍ଟି ହେଉଥିବା ଆଦିବାସୀମାନେ ବିଦ୍ୟୁତ ବିଭାଗ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଶ୍ୟୋପୁର-ମାଧୋପୁର ଜାତୀୟ ରାଜପଥର ସଲାପୁରା ପୁଲିଆ ନିକଟରେ ରାସ୍ତାରୋକୋ କରିଥିଲେ। ରାସ୍ତା ଜାମ ରହିବାରୁ ଯାତାବାୟା ବନ୍ଦ ହୋଇଯାଇଥିଲା। ଯାହାଫଳରେ ଲୋକମାନେ ତୁରନ୍ତ ରେଳ ଟ୍ରାକକୁ ବିକଳ୍ପ ରାସ୍ତା ଭାବେ ବ୍ୟବହାର କରିଥିଲେ। ପ୍ରଥମେ ନ୍ୟାରୋଗେଜ୍ ପୋଲରେ ଯାଇଥିବା ରେଳ ଟ୍ରାକରେ ଜଣେ ଯୁବକ ବାଇକ ଧରି ଯିବା ଆରମ୍ଭ କରିଥିଲେ। ଏହା ପରେ ପରେ ଅନ୍ୟ ଲୋକମାନେ ବି ରେଳ ଟ୍ରାକରେ ଗାଡ଼ିମୋଟର ଚଳାଇ ଯାଉଥିବା ଦେଖିବାକୁ ମିଳିଥିଲା।
ତେବେ ରେଳ ଟ୍ରାକ ତଳେ ଚମ୍ବଲ ନଦୀ ପ୍ରବାହିତ ହେଉଛି। ସାମାନ୍ୟ ଅଣଦେଖାରୁ ଲୋକେ ତଳେ ଖସିପଡ଼ିବା ଆଶଙ୍କା ଥିଲେ ହେଁ ଲୋକେ ତାହାକୁ ଭୃକ୍ଷେପ କରି ନ ଥିଲେ।
Commuters risk lives, use rail track to cross bridge due to rain-battered roads in Sheopur#MadhyaPradesh #IndianRailways #FPJ pic.twitter.com/07D1ABkCd3
— Free Press Madhya Pradesh (@FreePressMP) June 30, 2025



