www.samajalive.in
Wednesday, December 10, 2025
14.1 C
Bhubaneswar

ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଅଶୋକ ଯାଦବଙ୍କ ନାମରେ ବଳାତ୍କାର ମାମଲା ରୁଜୁ

ଆଗ୍ରା : ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଅଶୋକ ଯାଦବଙ୍କ ବିରୋଧରେ ଶିକୋହବାଦ ଥାନାରେ ଏକ ବଳାତ୍କାର ମାମଲା ରୁଜୁ ହୋଇଛି। ମନ୍ତ୍ରୀ ଜଣେ ମହିଳାଙ୍କୁ ଫୋନ୍‍ ଯୋଗେ ଡାକି ନିଜ ବାସଭବନରେ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ମାମଲା ରୁଜୁ ହେବା ପରେ ପୁଲିସ୍‍ ପକ୍ଷରୁ ପୂର୍ବତନ ମନ୍ତ୍ରୀଙ୍କ ଘର ଉପରେ ଚଢାଉ କରାଯାଇଛି। ଫିରୋଜାବାଦର ଶିକୋହାବାଦ ଥାନାରେ ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ପୂର୍ବତନ ମନ୍ତ୍ରୀ ଅଶୋକ ଯାଦବ ତାଙ୍କୁ ମୋବାଇଲରେ କଲ୍‍ କରି ଘରକୁ ଡାକିଥିଲେ। ସେଠାରେ ଅଶୋକ ତାଙ୍କୁ ଏକ ଘରକୁ ନେଇ ବଳାତ୍କାର କରିଥିଲେ।
ପ୍ରକାଶଯୋଗ୍ୟ ଯେ ୧୯୯୬ରେ ବିଜେପି ଶାସନ ସମୟରେ ଅଶୋକ ଯାଦବ କ୍ୟାବିନେଟ ମନ୍ତ୍ରୀ ଥିଲେ। ଏବେ ସେ କୌଣସି ଦଳରେ ନାହାନ୍ତି। ଏହାର କିଛି ଦିନ ପୂର୍ବରୁ ଅଶୋକଙ୍କ ନାମରେ ବେପାରୀଙ୍କ ଠାରୁ ବଟି ଆଦାୟ କରୁଥିବା ନେଇ ମାମଲା ରୁଜୁ ହୋଇଥିଲା। ଶିକୋହାବାଦ ଷ୍ଟେସନସ୍ଥିତ ମାର୍ବଲ ଶୋରୁମ ସଂଚାଳକ ଅଶୋକଙ୍କ ବିରୋଧରେ ଧମକ୍‍ ଚମକ ଦେବା ନେଇ ଏତଲା ଦେଇଥିଲେ। ଏହାସହ ଶୋରୁମରେ ଲାଗିଥିବା ସିସିଟିଭି ଫୁଟେଜ୍‍ ବି ଭାଇରାଲ ହୋଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories