www.samajalive.in
Friday, December 5, 2025
27.1 C
Bhubaneswar

ବିଶୁଦ୍ଧ ପାନୀୟ ଜଳ ସମସ୍ୟାକୁ ନେଇ ପାଞ୍ଚ ଘଣ୍ଟା ଧରି ରାଜରାସ୍ତା ଅବରୋଧ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାର ପୁରୁଣା ବସଷ୍ଟାଣ୍ଡରେ ବିଶୁଦ୍ଧ ପାନୀୟ ଜଳ ସମସ୍ୟାକୁ ନେଇ ଆଜି ରାଜରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି। କଲ୍ୟାଣସିଂହପୁର ସଦରର ବଡ଼କୁମ୍ଭାର ସାହି, ପୁରୁଣା ବସଷ୍ଟାଣ୍ଡ ଛକ, ମାଳତୀ ସାହିର ଲୋକମାନେ ପ୍ରାୟ ତିନିମାସ ହେବ ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ରହିଛନ୍ତି। ସେହି ଲୋକମାନେ ନାଗାବଳୀ ନଦୀର ପାଣି ବ୍ୟବହାର କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଲଘୁଚାପ ଜନିତ ବର୍ଷା ହେଉଥିବା ଯୋଗୁଁ ନଦୀରେ ଗୋଳିଆ ପାଣି ଆସୁଛି। ତାହାକୁ ଆମେ ବାଧ୍ୟ ହୋଇ ବ୍ୟବହାର କରୁଛୁ। ଡାଇରିଆ, ମ୍ୟାଲେରିଆ, ହଇଜା, କୀଡୀନି ରୋଗ ହେବା ଆଶଙ୍କା କରି ଭୟଭୀତ ରହିଛନ୍ତି ବୋଲି କହିଛନ୍ତି। ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ସମସ୍ତ ଅଧିକାରୀ, ମନ୍ତ୍ରୀଙ୍କୁ ଜଣାଇବା ପରେ ମଧ୍ୟ ଏଯାଏଁ ସମାଧାନ ହୋଇନାହିଁ ବୋଲି ଅଭିଯୋଗ କରିଛନ୍ତି ।

ଜୁଲାଇରେ ଗ୍ରହଙ୍କ ମହାଚଳନ .. ଏହି ରାଶିଙ୍କ ପାଇଁ ଆସୁଛି ବଡ ଖୁସି; ମିଳିବ ଖାଲି ସଫଳତା, ଚାକିରି, କିଣିବେ ଘର,ଗାଡି..

- Advertisement -

ଫଳରେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ରହିଥିବା ଜାଣି ଲଘୁଚାପ ଜନିତ ବର୍ଷା ହୋଇଥିଲେ ମଧ୍ୟ ତିନୋଟି ସାହିର ମହିଳା ପୁରୁଷ ଏକତ୍ରିତ ହୋଇ ହାଣ୍ଡି, ବାଲିତି ଗୁଡିକ ଧରି ମୁଖ୍ୟ ଛକରେ ସକାଳ ୬ରୁ ୧୧ଟା ପ୍ରାୟ ପାଞ୍ଚ ଘଣ୍ଟା ଧରି ରାସ୍ତା ଅବରୋଧ କରି ବସି ରହିଥିଲେ। ସମସ୍ୟା ସମାଧାନ କରାନଗଲେ ରାସ୍ତାରୁ ହଟିବୁ ନାହିଁ ବୋଲି ଗୀତା କାଶୀ, ସାରୀ କାଶୀ, ତୁଳସୀ କାଶୀ, ମାଝୀୱାଣି ୱାଡକା, ଧାନମଣି କାଶୀ, ଭାନ କାଶୀ, ଚଞ୍ଚଳା କାଡ୍ରାକା, ରାଜେଶ୍ୱରୀ ହୁଇକା ନୀଲାଇ ହୁଇକା, ହିକକା ନିଲାଇ, ଚିନାରୀ ପ୍ରସ୍କା, ଆଲାଇ କୃଷିକା ପ୍ରମୁଖ ଅଭିଯୋଗ କରିଥିଲେ। ଘଟଣାସ୍ଥଳରେ ଜିଲ୍ଲାପାଳ ପାରୁଲ ପଟୱାରୀ, ଉପଜିଲାପାଳ ରମେଶ କୁମାର ଜେନା ଓ ପ୍ରଶାସନିକ ଅଧିକାରୀ ତହସିଲଦାର ରଞ୍ଜନ କୁମାର ମାନସେଠ, ବିଡ଼ିଓ ମନୀଷା ଦାସ ସମେତ ସ୍ଥାନୀୟ ଥାନା ଅଧିକାରୀ ନୀଳକଣ୍ଠ ବେହେରା ପ୍ରମୁଖ ରାସ୍ତା ଅବରୋଧକାରୀଙ୍କ ସହ କିଛି ସମୟ ଧରି ଆଲୋଚନା କରିଥିଲେ। ଉପଜିଲାପାଳ ସାହି ସାହି ବୁଲି ଦେଖିବା ପରେ ତିନିଦିନ ମଧ୍ୟରେ ଜଳ ସମସ୍ୟା ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବର୍ତ୍ତମାନ ବିଶୁଦ୍ଧ ପାନୀୟ ଆବଶ୍ୟକ ରହିଛି ବୋଲି କହିବାରୁ ବର୍ତ୍ତମାନ ଟାଙ୍କି ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ କହି ଯୋଗାଇ ଦିଆଯାଇଛି। ବ୍ଲକରେ ଥିବା ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ନୀଳିମା ପ୍ରିୟଦର୍ଶନୀ ଦାସ ଓ ସହକାରୀ ଯନ୍ତ୍ରୀ ବିଭୁତି ପଣ୍ଡାଙ୍କୁ ତୁରନ୍ତ ବଦଳି କରିବା ପାଇଁ ଜିଲ୍ଲା ଅଧିକାରୀଙ୍କୁ ଜଣାଇଥିଲେ। କଲ୍ୟାଣସିଂହପୁର ଠାରେ ପାନୀୟ ଜଳର ସମସ୍ୟା ଦୂର ହେବ ନାହିଁ ବୋଲି କହିଛନ୍ତି।

ଦେଖନ୍ତୁ ଭିଡିଓ ; ଘରୁ ଆସୁଥିଲା ଅଜବ ଅଜବ ଶବ୍ଦ, ଫ୍ରିଜ୍‌ ଖୋଲିବା ମାତ୍ରେ ଦେଖିଲେ..

 

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories