www.samajalive.in
Wednesday, December 10, 2025
16.1 C
Bhubaneswar

ଦିନ ଦ୍ବିପ୍ରହରେ ମଝି ରାସ୍ତାରେ ଗୋଠଛଡା ଦନ୍ତା : ଲୋକେ ଭୟଭୀତ

ରଣପୁରଗଡ : ଖୋର୍ଦ୍ଧା ବନଖଣ୍ଡ ନୟାଗଡ଼ ଜିଲ୍ଲା ରଣପୁର ବନାଞ୍ଚଳରୁ ଗାଁ ମୁହାଁ ଜଙ୍ଗଲୀ ହାତୀ ଆଉ ଜଙ୍ଗଲକୁ ଫେରୁ ନାହାଁନ୍ତି। ଦିନରେ ରାସ୍ତାରେ ଘୁରି ବୁଲୁଥିବା ଦେଖିବାକୁ ମିଳୁଛି। କାହାର କିଛି କ୍ଷତି କରୁନଥିଲେ ମଧ୍ୟ ରାସ୍ତାରେ ଗାଡ଼ି ମଟର ଅଟକି ରହୁଛି। ସନ୍ଧ୍ୟା ହେଲେ ଲୋକମାନେ ଘରୁ ପଦାକୁ ବାହାରିବାକୁ ଭୟ କରୁଛନ୍ତି। ସେଭଳି ଦେଖିବାକୁ ମିଳୁଛି ଗୋପାଳପୁର ବନପାଳ ଅଧିନ ରାଇପଡା ଓ ପଟିଆ ଅଞ୍ଚଳରେ। ଗୋପାଳପୁର ବନପାଳ ଅବିନାଶ ଖୂଣ୍ଟିଆ କୁହନ୍ତି ବୁଲୁଥିବା ଗୋଠଛଡା ଦନ୍ତା ହାତୀ ଠାରେ ଜିପିଏସ୍ କ୍ୟାମେରା ଲାଗିଛି।  ସେ ଏବେ ୧୫ ଟିକିଆ ଜଙ୍ଗଲୀ ହାତୀଠାରୁ ଅଲଗା ଭୋବରା ଅଞ୍ଚଳରେ ବୁଲୁଛି। ଅନ୍ୟ ହାତୀମାନେ ପଟିଆ ଜଙ୍ଗଲରେ ଅଛନ୍ତି । ହାତୀ ଚଳପ୍ରଚଳ ସୁଚନା ପାଇଁ ରାଇପଡାଠାରୁ ଆରମ୍ଭ କରି ମୟୁରଝାଲିଆ ପର୍ଯ୍ୟନ୍ତ ୫ ସ୍ଥାନରେ ସୋଲାର ସାଇରନ ଖଞ୍ଜା ଯାଇଛି। ଡ଼ାକବାଜି ଯନ୍ତ୍ର ଯୋଗେ ଜନସାଧାରଣଙ୍କୁ ସଚେତନ କରାଯାଉଥିବା ବନପାଳ ସୂଚନା ଦେଇଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories