ଭୁୁବନେଶ୍ଵର: ପୁରୀ ଶରଧାବାଲିରେ ଦଳାଚକଟା ଯୋଗୁଁଁ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ସହ କଥା ହୋଇଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ରବିବାର ମୁମ୍ବଇରୁ ଫୋନ୍ ଯୋଗେ କଥା ହୋଇଛନ୍ତି ନବୀନ।
ଏହି ଅଘଟଣରେ ପ୍ରାଣ ହରାଇଥିବା ଜୟଦେବ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅଠାନ୍ତର ଗ୍ରାମର ପ୍ରଭାତୀ ଦାସଙ୍କ ପୁଅ ଆୟୁଷ ଦାସଙ୍କ ସହିତ ମୁମ୍ବଇରୁ ଫୋନ୍ ଯୋଗେ କଥା ହୋଇଛନ୍ତି ନବୀନ। ଶୋକ ବ୍ୟକ୍ତ କରିବାସହ ସେ ଗଭୀର ସମବେଦନା ଜଣାଇଛନ୍ତି। ଏଥିସହ ଖୋର୍ଦ୍ଧା ଜିଲା ବୋଲଗଡ଼ ଥାନା ଅନ୍ତର୍ଗତ ଗୋବର୍ଦ୍ଧନପୁର ଗ୍ରାମର ବାସନ୍ତୀ ସାହୁ(୩୬)ଙ୍କ ସ୍ଵାମୀ ଦିଲ୍ଲୀପ କୁମାର ସାହୁଙ୍କ ସହ ମଧ୍ୟ ନବୀନ ଫୋନ୍ ଯୋଗେ କଥା ହୋଇଛନ୍ତି। ସ୍ଵର୍ଗଦ୍ଵାରରେ ନବୀନଙ୍କ ସହ କଥା ହୋଇଛନ୍ତି ଦିଲ୍ଲୀପ। ଭୋ ଭୋ ହୋଇ କାନ୍ଦି ନବୀନଙ୍କ ଆଗରେ ଦୁଃଖ ବଖାଣିଛନ୍ତି ଦିଲ୍ଲୀପ।



