ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ଗ୍ରାମ ପଂଚାୟତର ନୀଳାଦ୍ରୀ ପୁର ଗ୍ରାମର ବନ୍ଦ ପାଖ ସାହିରେ ମୁଖ୍ୟ ରାସ୍ତାରେ ବର୍ଷା ପାଣି ଜମି ରହି କୃତ୍ରିମ ପୋଖରୀ ସୃଷ୍ଟି କରୁଛି । ଫଳରେ ସେହି ରାସ୍ତାରେ ଯାତାୟାତ ପାଇଁ ଲୋକଙ୍କୁ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏପରିକି ବୟସ୍କ, ଛୋଟ ପିଲାମାନେ ଯାତାୟାତ ବେଳେ ସେହି ଜମି ରହିଥିବା ପାଣିରେ ପଡି ଅସୁବିଧା ଭୋଗୁଛନ୍ତି। ଏଥି ପ୍ରତି ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି । ସୂଚନା ଯୋଗ୍ୟ ଯେ ଉକ୍ତ ରାସ୍ତାର ଉଭୟ ପାର୍ଶ୍ଵରେ ପ୍ରାୟ ଉକ୍ତ ଗ୍ରାମର ୫୦ ପରିବାର ରହୁଥିବାବେଳେ ସେହି ରାସ୍ତାରେ ହୁମା ଯିବା ପାଇଁ ଗ୍ରାମର ସମସ୍ତେ ନିର୍ଭର କରିଥାନ୍ତି। ବର୍ତମାନ ବର୍ଷା ଦିନ ଆସିଥିବା ଯୋଗୁଁ ଟିକିଏ ବର୍ଷାରେ ରାସ୍ତାରେ ପାଣି ରହୁଛି । ଫଳରେ ସେଠାରେ ଦୀର୍ଘ ଦିନ ଧରି ପାଣି ଜମି ରହି ମଶା ମାଛିଙ୍କ ବଂଶ ବୃଦ୍ଧି ଘଟୁଛି । ଏହି ରାସ୍ତାରେ ଜମି ରହୁଥିବା ପାଣି ନିଷ୍କାସନ ପାଇଁ ଦାବି ହେଉଛି ।
Popular Categories



