www.samajalive.in
Friday, December 5, 2025
20.1 C
Bhubaneswar

ପଦ୍ମ ବିଜେତା ସାଧୁଙ୍କ ବିରୋଧରେ ବଳାତ୍କାର ଅଭିଯୋଗ

କଲକାତା: ପଶ୍ଚିମବଙ୍ଗରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି। ନିକଟରେ ଜଣେ ଆଇନ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିବା ଘଟଣା ଗଣମାଧ୍ୟମର ଶିରୋନାମା ପାଲଟିଥିବାବେଳେ ବର୍ତ୍ତମାନ ପଦ୍ମ ପୁରସ୍କାର ବିଜେତା ଜଣେ ସାଧୁଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆସିଛି। ସ୍ବାମୀ ପ୍ରଦୀପ୍ତାନନ୍ଦ ଓରଫ କାର୍ତ୍ତିକ ମହାରାଜ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲାର ବେଲଡଙ୍ଗାସ୍ଥିତ ଭାରତ ସେବାଶ୍ରମ ସଂଘରେ ସାଧୁ ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କୁ ଚଳିତବର୍ଷ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏତଲା ଦାଏର କରିଥିବା ମହିଳାଙ୍କ ଅଭିଯୋଗ ଅନୁଯାୟୀ ସ୍ବାମୀ ପ୍ରଦୀପ୍ତାନନ୍ଦ ଏକ ସ୍କୁଲରେ ଚାକିରି କରାଇଦେବା ପ୍ରତିଶ୍ରୁତି ଦେଇ ତାଙ୍କୁ ୨୦୧୨ରୁ ବଳାତ୍କାର କରିଆସୁଛନ୍ତି। ଭାରତ ସେବାଶ୍ରମ ସଂଘ ଆନୁକୂଲ୍ୟରେ ‘ଚାଣକ ଆଦିବାସୀ ଆବାସିକ ବାଳିକା ବିଦ୍ୟାଳୟ’ କାର୍ଯ୍ୟ କରୁଛି। ୨୦୧୨ରେ ମହିଳା ଜଣକ ଏହି ସ୍କୁଲରେ ସ୍ବାମୀ ପ୍ରଦୀପ୍ତାନନ୍ଦଙ୍କ ସଂସ୍ପର୍ଶରେ ଆସିଥିଲେ। ଚାକିରି କରାଇଦେବା ବାହାନାରେ ସ୍ବାମୀ ଏହି ମହିଳାଙ୍କୁ ଉକ୍ତ ସ୍କୁଲ ହଷ୍ଟେଲରେ ରଖିଥିଲେ। ସେଠାରେ ଦୀର୍ଘ ଦିନ ଧରି ବଳାତ୍କାର କରିବାପରେ ସ୍ବାମୀ ତାଙ୍କୁ ପୁଣି ଆଶ୍ରମକୁ ନେଇଯାଇଥିଲେ। ସେଠାରେ ମଧ୍ୟ ମହିଳାଙ୍କ ସହ ସ୍ବାମୀ କୁକାର୍ଯ୍ୟରେ ଲିପ୍ତ ଥିଲେ। ୨୦୧୩ରେ ମହିଳା ଜଣକ ଗର୍ଭବତୀ ହୋଇଥିଲେ। ଉକ୍ତ ସ୍କୁଲର କେତେକ କର୍ମଚାରୀ ଗର୍ଭପାତ କରିବାକୁ ମହିଳାଙ୍କୁ ଡାକ୍ତରଖାନା ନେଇଥିଲେ। ଗର୍ଭପାତ ପାଇଁ ଅରାଜି ହେବାରୁ ମହିଳାଙ୍କୁ ହତ୍ୟା ଧମକ ମଧ୍ୟ ଦିଆଯାଇଥିଲା। ଏଥିରେ ସ୍ବାମୀ ପ୍ରଦୀପ୍ତାନନ୍ଦଙ୍କ କାମବାସନା ତୁଟି ନଥିଲା। ସେ ମହିଳାଙ୍କୁ ବିଭିନ୍ନ ସମୟରେ ଆଶ୍ରମର ବିଭିନ୍ନ ଶାଖାକୁ ନେଇ ଶାରୀରିକ ସମ୍ପର୍କ ରଖିଥିଲେ ବୋଲି ଏତଲାରେ ଉଲ୍ଲେଖ କରାଯାଇଛି। ଗତ ଜୁନ ୧୩ରେ ସ୍ବାମୀ ପ୍ରଦୀପ୍ତାନନ୍ଦ ତାଙ୍କୁ ନିର୍ଦିଷ୍ଟ ସ୍ଥାନକୁ ଡକାଇଥିଲେ। ଦୁଇଜଣ ବ୍ୟକ୍ତିଙ୍କ ସହ କାର୍‌ରେ ଯାଉଥିବାବେଳେ ସେହି ବ୍ୟକ୍ତିମାନେ ମହିଳାଙ୍କୁ କାର୍‌ରୁ ତଳକୁ ଠେଲିଦେଇଥିଲେ। ଅପରପକ୍ଷରେ ସ୍ବାମୀ ପ୍ରଦୀପ୍ତାନନ୍ଦ ଏହି ଅଭିଯୋଗକୁ ସିଧାସଳଖ ଖଣ୍ଡନ କରିଛନ୍ତି। ଆଶ୍ରମରେ ଅନେକ ମହିଳା ଭକ୍ତ ଥିବାବେଳେ ସ୍କୁଲରେ ମହିଳା ଶିକ୍ଷକ ଅଛନ୍ତି। ସେମାନେ କେବେହେଲେ ତାଙ୍କ (ସ୍ବାମୀ) ବିରୋଧରେ ଏଭଳି ସଙ୍ଗିନ ଅଭିଯୋଗ ଆଣିନଥିବା ସେ ସଫେଇ ଦେଇଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories