www.samajalive.in
Friday, December 5, 2025
26.1 C
Bhubaneswar

ଶରଧାବାଲିରେ ପହଞ୍ଚିଲା ତିନି ରଥ

ସମାଜ ଡିଜିଟାଲ ଡେସ୍କ: ଶରଧାବାଲିରେ ଶେଷରେ ପହଞ୍ଚିଛି ତିନି ରଥ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ । ଗତକାଲି ରଥଟଣାରେ ବିଳମ୍ବ ଯୋଗୁ ଶରଧାବାଲିରେ ପହଞ୍ଚି ପାରିନଥିଲା । ମହାପ୍ରଭୁଙ୍କ ରଥ ବଡଦାଣ୍ଡରେ ମାତ୍ର ୧୦୦ ମିଟର ଗଡି ଅଟକି ରହିଥିଲା । ଫଳରେ ଭକ୍ତଙ୍କ ମନରେ ଗଭୀର ଆଘାତ ଲାଗିଥିଲା । ଆଜି ସକାଳେ ନିର୍ଦ୍ଦାରିତ ସମୟରେ ରଥଟଣା ଆରମ୍ଭ ହୋଇଥିଲା । ପ୍ରଥମେ ତାଳଧ୍ୱଜ ରଥ ଗଡିବା ପରେ ଦର୍ପଦଳନ ଓ ଶେଷରେ ଆସିଥିଲେ କାଳିଆ ସାଆନ୍ତେ । ମହାପ୍ରଭୁଙ୍କ ରଥକୁ ଭକ୍ତିର ସହ ଟାଣି ନେଇଥିଲେ ଲକ୍ଷାଧିକ ଭକ୍ତ । ଶରଧାବାଲିରେ ପ୍ରଥମେ ବଡ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ୧୧ଟା ୧୫ରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଥିଲା । ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ପହଞ୍ଚିବା ପରେ ଆସିଥିଲେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ । ଶରଧାବାଲିରେ ରଥ ଲାଗିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ।
ଆଜି ରଥ ଉପରେ ମହାପ୍ରଭୁ ଦର୍ଶନ ଦେବେ । ଆସନ୍ତାକାଲି ଆଡପ ମଣ୍ଡପ ବିଜେ କରିବେ । ରତ୍ନବେଦୀ ଛାଡି ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ଆସିଛନ୍ତି ଶ୍ରୀଜୀଉ । ଆସନ୍ତାକାଲିଠୁ ଜନ୍ମବେଦୀରେ ମହାପ୍ରଭୁଙ୍କ ଲୀଳାଖେଳା ଦେଖିବାକୁ ମିଳିବ ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories