www.samajalive.in
Saturday, December 6, 2025
19.1 C
Bhubaneswar

ଏହି ତାରିଖରେ ଜନ୍ମ ହେଲେ ଶନିଙ୍କ କୃପାରୁ ନିଶ୍ଚୟ ହୁଅନ୍ତି କୋଟିପତି, ୪୦ ବର୍ଷ ବୟସ ପରେ ଖାଲି ମିଳେ ସଫଳତା

ଅଙ୍କ ଶାସ୍ତ୍ର ଅନୁଯାୟୀ ଅଙ୍କର ଆଧାରରେ ବ୍ୟକ୍ତି ବିଶେଷଙ୍କ ଜୀବନରେ ଅତୀତ, ଭବିଷ୍ୟତ ଓ ଜୀବନର ଅନେକ ରହସ୍ୟ ବିଷୟରେ ଜାଣି ହୋଇଥାଏ । ଜନ୍ମ ତାରିଖ ଅନୁଯାୟୀ ବ୍ୟକ୍ତି ବିଶେଷଙ୍କ ଉପରେ ଗ୍ରହ ନକ୍ଷତ୍ରଙ୍କ ପ୍ରଭାବ ରହିଥାଏ । ଏହାଦ୍ୱାରା ସେମାନେ ଧନୀ ହେବା ସହ ଜୀବନରେ ସଫଳତା ମଧ୍ୟ ହାସଲ କରି ଥାନ୍ତି । ଜନ୍ମ ତାରିଖ ୧, ୧୦, ୧୯ ଓ ୨୮କୁ ଯୋଡିବା ଦ୍ୱାରା ୧ ହୋଇଥାଏ । ଅର୍ଥାତ୍‌ ଏହି ତାରିଖରେ ଜନ୍ମିତ ବ୍ୟକ୍ତି ବିଶେଷଙ୍କ ମୂଲ୍ୟାଙ୍କ ୧ ହେବ ।

ମୂଲ୍ୟାଙ୍କ ୮ର ସ୍ୱାମୀ ଗ୍ରହ ଶନି ଦେବତା । ଫଳରେ ମୂଲ୍ୟାଙ୍କ ୮ର ବ୍ୟକ୍ତି ବିଶେଷଙ୍କ ଉପରେ ଶନିଙ୍କ ବିଶେଷ କୃପା ରହିଥାଏ । ଶନି ଏମାନଙ୍କୁ କୋଟିପତି କରାଇଥାନ୍ତି ।

- Advertisement -

ଯେକୌଣସି ମାସର ୮, ୧୭ କିମ୍ବା ୨୬ ତାରିଖରେ ଜନ୍ମ ବ୍ୟକ୍ତି ବିଶେଷଙ୍କ ମୂଲ୍ୟାଙ୍କ ୮ । ଶନିଙ୍କ କୃପାରୁ ଏମାନେ କେବଳ ଧନୀ ହୁଅନ୍ତି ନାହିଁ ବରଂ ମାନ-ସମ୍ମାନ ମଧ୍ୟ ବୃଦ୍ଧି ହୋଇଥାଏ ।

ଶନି ସର୍ବଦା ପରିଶ୍ରମ,କର୍ମ ଅନୁଯାୟୀ ଫଳ ପ୍ରଦାନ କରି ଥାନ୍ତି । ଯେଉଁମାନଙ୍କ ମୂଲ୍ୟାଙ୍କ ୮ ସେମାନଙ୍କ ଜୀବନରେ ପ୍ରଥମେ ସଂଘର୍ଷ ଆସିଥାଏ । ସମସ୍ୟା ଆସିଥାଏ । ମାତ୍ର ପରିଶ୍ରମ ଦ୍ୱାରା ଏମାନେ ଉଚ୍ଚ ସଫଳତା ହାସଲ କରି ଥାନ୍ତି । ଗୋଟିଏ ପରେ ଗୋଟିଏ କାର୍ଯ୍ୟରେ ଶୁଭଫଳ ମିଳିଥାଏ ।

ତେବେ ଯେଉଁମାନଙ୍କ ମୂଲ୍ୟାଙ୍କ ୮ ସେମାନେ ୪୦ ବର୍ଷ ବୟସ ପରେ ବଡ ସଫଳତା ହାସଲ କରନ୍ତି । ଆର୍ଥିକ ସ୍ଥିତି ହଠାତ୍‌ ବଦଳି ଧନୀ ହୋଇଥାନ୍ତି । ଖୁବ୍‌ ଧନ ରୋଜଗାର କରିବା ସହ କୋଟିପତି ହୋଇଥାନ୍ତି ।

ଏମାନେ ବ୍ୟବସାୟ ଓ ଚାକିରିରେ ଖୁବ୍‌ ସଫଳତା ହାସଲ କରି ଥାନ୍ତି । ଏମାନଙ୍କର ଅଧିକାଂଶ କାମ ଶୁକ୍ରବାର ଓ ଶନିବାର ସଫଳ ହୋଇଥାଏ । ସନ୍ଧ୍ୟା ସମୟ ଏମାନଙ୍କ ପାଇଁ ଅଧିକ ଶୁଭଙ୍କର ।

ଆକର୍ଷଣୀୟ ଲୁକ୍‌ ସହ ଭିଭୋ ଲଞ୍ଚ କଲା ଏହି ଫୋଲ୍ଡେବଲ ସ୍ମାର୍ଟଫୋନ: ଜାଣନ୍ତୁ ଦାମ୍‌ ସହ ଜବରଦସ୍ତ ଫିଚର

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories