www.samajalive.in
Saturday, December 6, 2025
26.1 C
Bhubaneswar

ଆନ୍ତଃରାଜ୍ୟ କୁଖ୍ୟାତ ବାଇକ ଚୋର ଗିରଫ, ୪ ବାଇକ ଜବତ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ବାଇକ ସହ ବିଭିନ୍ନ ଦାମୀ ଗାଡି ରୀତିମତ ଭାବରେ ଚୋରି ହେଉଛି। ଚୋରି ଭୟରେ ଲୋକେ ବାହାରେ ଗାଡି ରଖିବା ମଧ୍ୟ ଅସୁରକ୍ଷିତ ମଣୁଛନ୍ତି। ଫିରିଙ୍ଗିଆ ପୁଲିସ ଜଣେ କୁଖ୍ୟାତ ବାଇକ ଚୋରକୁ ଧରିବାରେ ସଫଳ ହୋଇଥିବା ବେଳେ ୪ଟି ବିଭିନ୍ନ କମ୍ପାନୀର ବାଇକ ମଧ୍ୟ ଜବତ କରି ବାଇକ ଚୋରକୁ କୋର୍ଟ ଚାଲାଣ କରିଛି ।
ସୂଚନା ଅନୁସାରେ ଫିରିଙ୍ଗିଆ ଥାନାରେ ବାଇକ ଚୋରି ହୋଇଥିବା ନେଇ ମାମଲା ରୁଜୁ ହୋଇଥିଲା । ଏହାର ତଦନ୍ତ କରି ଚୋରି କରିଥିବା ବ୍ୟକ୍ତି ଓ ଚୋରି ବାଇକକୁ ଜବତ କରିଥିବା ବେଳେ ସମ୍ପୃକ୍ତ ବାଇକ ଚୋର ନାମରେ ଜିଲ୍ଲା ଓ ଜିଲ୍ଲା ବାହାରେ ଏକାଧିକ ମାମଲା ଥିବା ପୁଲିସ ତଦନ୍ତରୁ ଜଣାପଡିଛି। ତେବେ ବାଇକ ଚୋର ଜଣକ ନୟାଗଡ ଜିଲ୍ଲା ଇଟାମାଟି ଥାନା ନାଗପୁର ଗାଁର କ୍ରିଷ୍ଣା ଦାଶ ବୋଲି ଜଣାପଡିଛି । ତଦନ୍ତ ପରେ ବିଭିନ୍ନ ଜାଗାରେ ରଖିଥିବା ଚାରୋଟି ବାଇକ ଜବତ କରିଥିବା ବେଳେ ଫିରିଙ୍ଗିଆ ଥାନାରେ ମାମଲା ରୁଜୁ କରି ବାଇକ ଚୋର କ୍ରିଷ୍ଣା ଦାଶକୁ କୋର୍ଟ ଚାଲାଣ କରିଥିବା ତଦନ୍ତ କାରି ଅଧିକାରୀ ପ୍ରମୋଦ ପ୍ରଧାନ ଓ ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି।

ଦେଖନ୍ତୁ ଏ କି ଦୃଶ୍ୟ ; ବାଘ ବେକରେ ଓଢଣୀ ବାନ୍ଧି ଏମିତି କଲେ ଲୋକେ..

- Advertisement -

 

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories