www.samajalive.in
Monday, December 8, 2025
24.1 C
Bhubaneswar

ଅସହାୟ ଅବସ୍ଥାରେ କାନ୍ଦିରୀ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତର ଭାଲୁମାସ୍କା ଗ୍ରାମର ଆଦିବାସୀ ସାହିର ଅନାଥ କାନ୍ଦିରୀ ପୀଡିଶିକା ଅସହାୟ ଅବସ୍ଥାରେ ପଡ଼ି ରହିଛନ୍ତି। ପ୍ରାୟ ଦୁଇ ବର୍ଷ ହେବ ପିତାମାତାଙ୍କ ମୃତ୍ୟୁପରେ କାନ୍ଦିରୀ ପୀଡିଶିକା(୪୫) ଜନ୍ମରୁ ବିକଳାଙ୍ଗ ଥିବା ବଡ଼ ଭଉଣୀ ଚିନ୍ନାମୀ ପୀଡିଶିକାଙ୍କ ସେବା କରି ଦୁଃଖ କଷ୍ଟରେ ଚଳି ଆସୁଥିଲେ। ପ୍ରାୟ ୬ମାସ ହେବ କାନ୍ଦିରୀ ହଠାତ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ପଡ଼ିରହିଥିବାରୁ ଗ୍ରାମବାସୀ ଏକ ଗାଡି ଭଡା କରି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରି ଔଷଧ ପତ୍ର ଦେବାସହ ଦୁଇ ଭଉଣୀଙ୍କ ଖାଇବାସହ ସମସ୍ତ କାମରେ ସାହାଯ୍ୟ କରିଥା’ନ୍ତି। ବର୍ତ୍ତମାନ ବଡ଼ ଭଉଣୀ ଚିନ୍ନାମୀ ୭୦ଭାଗ ବିକଳାଙ୍ଗ ଥିବା ଡାକ୍ତର ପ୍ରମାଣପତ୍ର ଦେଇଥିବାରୁ ତାଙ୍କୁ ଭତ୍ତା ବାବଦକୁ ୧ ହଜାର ଟଙ୍କା ମିଳୁଛି। କିନ୍ତୁ ଆଙ୍ଗୁଳି କାମ କରୁ ନ ଥିବାରୁ ଆଧାର କାର୍ଡ ହୋଇ ପାରୁନାହିଁ। ସେ ପିଡିଏସ ଚାଉଳରୁ ବଞ୍ଚିତ ରହିଛନ୍ତି। କାନ୍ଦିରୀ ୫ କିଲୋ ଚାଉଳସହ ଅବିବାହିତ ରହିଥିବାରୁ ୧ ହଜାର ଟଙ୍କା ଭତ୍ତା ପାଉଥିବା କହିଛନ୍ତି। ଏହି ପରିବାରକୁ ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିପାରିନାହିଁ ବୋଲି କାନ୍ଦିରୀ କୋହଭରା କଣ୍ଠରେ କହିଛନ୍ତି। ଏମାନଙ୍କୁ ପିଡିଏସ ଚାଉଳ କି ଭତ୍ତା ପାଇଁ ଆସିବାକୁ ହେଲେ ଏକ ଅଟୋ ଭଡ଼ା କରି ଶିକରପାଇ ପଞ୍ଚାୟତକୁ ଆସିବାକୁ ପଡୁଥିବା ହରିଶ୍ଚନ୍ଦ୍ର ହିକକା ଓ ଭାସ୍କର ପ୍ରାସ୍କା କହିଛନ୍ତି। ବର୍ତ୍ତମାନ ସେମାନଙ୍କୁ ଗ୍ରାମବାସୀ ଯାହା ଖାଇବାକୁ ଦେଉଛନ୍ତି ତାହା ଖାଇ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି। ତାଙ୍କର ବିଦ୍ୟୁତ ବିଲ୍ ମଧ୍ୟ ଗ୍ରାମବାସୀ ପୈଠ କରୁଛନ୍ତି। ଏହି ପରିବାର ପୂର୍ବରୁ ବିଜୁ ସ୍ୱାସ୍ଥ୍ୟକାର୍ଡ ପାଇଥିଲେ, କିନ୍ତୁ ଆୟୁଷ୍ମାନ କାର୍ଡ ବର୍ତ୍ତମାନ ପର୍ଯ୍ୟନ୍ତ ମିଳି ନ ଥିବା କହିଛନ୍ତି। କାନ୍ଦିରୀଙ୍କୁ ଉତ୍ତମ ଚିକିତ୍ସା କରି ନୂତନ ଜୀବନ ଦେଲେ ବିକଳାଙ୍ଗ ବଡ ଭଉଣୀକୁ ନେଇ ରହିପାରିବ ବୋଲି ଗ୍ରାମବାସୀ କହିଛନ୍ତି। ତୁରନ୍ତ ପ୍ରଶାସନ ଏହି ପରିବାର ପ୍ରତି ଦୃଷ୍ଟି ଦେଇ କାନ୍ଦିରୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories