ପାଟଣା : ପାଟଣା ନିର୍ବାଚନ ମଣ୍ଡଳୀ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପାଟଣା କଲେଜ ଠାରେ ରାଜ୍ୟରେ ଛାତ୍ରୀମାନଙ୍କୁ ଅସଦାଚରଣ, ଦୁଷ୍କର୍ମ, ହତ୍ୟା ଭଳି ଘଟଣା ଅହେତୁକ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ଅଭିଯୋଗ କରି ଆନ୍ଦୋଳନ କରାଯାଇଥିଲା। ଜିଲ୍ଲା ଛାତ୍ର ବିଜେଡି ଉପ ସଭାପତି ବିପ୍ଲବ କୁମାର ପୃଷ୍ଟିଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଜଗନ୍ନାଥ ନାଏକ, ପାଟଣା ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି ପ୍ରମୁଖ ସାମିଲ ହୋଇ ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇପଡୁଥିବା କହିଥିଲେ। କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ସାମିଲ ହୋଇ କଳା ବ୍ୟାଜ୍ ପନ୍ଧିବା ସହ ବିଭିନ୍ନ ସ୍ଲୋଗାନ ଓ ପ୍ଲାକାର୍ଡ ଧରି ପ୍ରତିବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଛାତ୍ର ନେତା ପ୍ରିତମ ଭଞ୍ଜ, ଅଭିଷେକ ମହାନ୍ତ, ସିପୁନ ରଣା, ଆଶୁତୋଷ ଦାଶ, ବିଷ୍ଣୁ ପ୍ରସାଦ ବାରିକ, ଶ୍ରୀତମ କୁମାର ପଣ୍ଡା, ଦେବାଶିଷ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ।
ଦେଖନ୍ତୁ ଭୟଙ୍କର ଦୃଶ୍ୟ ; ବାଘ-ମଣିଷ ଲଢେଇ, ଜିତିଲା କିଏ? ହଠାତ୍ ଶ୍ରମିକଙ୍କ ଉପରେ ଆକ୍ରମଣ କରିଥିଲା ବାଘ..



