www.samajalive.in
Saturday, December 13, 2025
21.1 C
Bhubaneswar

ଆରଡି ଅଞ୍ଚଳରେ ଝାଡାବାନ୍ତି ଆତଙ୍କ, ୨ ଦିନରେ ୫ ରୋଗୀ ମେଡିକାଲରେ ଭର୍ତ୍ତି

ଆରଡି : ରାଜ୍ଯରେ ଦେଖା ଦେଇଥିବା ଝାଡାବାନ୍ତି ଏବେ ବି ଥମିବାର ନା ନେଉନି । ପ୍ରଥମେ  ଜିଲାରୁ ଜିଲା ବ୍ଯାପିବାରେ ଲାଗିଥିଲା। ହେଲେ ଭଦ୍ରକ ଜିଲା ଆରଡି ଅଞ୍ଚଳରେ ଝାଡାବାନ୍ତି ରୋଗୀଙ୍କ ସଂଖ୍ଯା ବଢିବାରେ ଲାଗିଛି। ସୂଚନା ଅନୁଯାୟୀ ଗତ ସପ୍ତାହେ ମଧ୍ଯରେ ଆରଡି ମେଡିକାଲକୁ ୧୫ରୁ ଅଧିକ ଝାଡାବାନ୍ତି ରୋଗୀ ଆସିଥିବାବେଳେ ତାଙ୍କ ମଧ୍ଯରୁ ୩ଜଣଙ୍କର ସ୍ଥିତି ଜଟିଳ  ହେବା ସହ ଝାଡାବାନ୍ତି ବନ୍ଦ ନହେବାରୁ  ଭଦ୍ରକ ମୁଖ୍ଯ ଚିକିତ୍ସାଳୟକୁ ପଠାଯାଇଥିଲା। ଗତ ୩\୪ଦିନ ଟିକେ କମ ସଂଖ୍ଯକ ଝାଡାବାନ୍ତି ରୋଗୀ ମେଡିକାଲକୁ ଆସିଥିବାବେଳେ ମଙ୍ଗଳବାର ଆସିଥିବା ରୋଗୀଙ୍କ ମଧ୍ଯରୁ ଜଣଙ୍କର ସ୍ବାସ୍ଥ୍ଯ ଅବସ୍ଥା ଜଟିଳ ହେବାରୁ ୧୦୮ ଆମ୍ବୁଲାନ୍ସ ଦ୍ବାରା ଭଦ୍ରକ ପଠାଯାଇଛି। ଅନ୍ଯପଟେ ଆରଡି ପୀଠର ପ୍ରବେଶପଥ ଠାରୁ ଆରମ୍ଭ କରି ମୁଖ୍ଯ ବଜାର ଓ ସାହି ରାସ୍ତାରେ କୁଢକୁଢ ହୋଇ ଅଳିଆ ପଡି ରହିଥିବାରୁ ଅସ୍ବାସ୍ଥ୍ଯକର ପରିବେଶ ସୃଷ୍ଟି ହେବା ସହ ଦୁର୍ଗନ୍ଧ ହେଉଛି। ସେହିପରି  ପୀଠରେ  ଥିବା ବାବାମଣିଙ୍କ  ଶିବଗଙ୍ଗା ପୁଷ୍କରିଣୀ  ଜଳ ଏତେ ମାତ୍ରାରେ ପ୍ରଦୂଷିତ ମୁହଁ ଧୋଇବା ତ ଦୂରର କଥା ପୁଷ୍କରିଣୀ ଘାଟକୁ ଯାଉନାହାନ୍ତି ଅଞ୍ଚଳବାସୀ କିମ୍ବା ଆଗନ୍ତୁକ ଶ୍ରଦ୍ଧାଳୁଭକ୍ତ। ଏ ସଂକ୍ରାନ୍ତରେ ବିଭିନ୍ନ ଗଣମାଧ୍ଯମରେ  ବାରମ୍ବାର ଖବର ପରିବେଷଣ ହେଉଥିଲେ ମଧ୍ଯ ସବୁ ଜାଣି ଚୁପ ବସିଛି ପ୍ରଶାସନ। ଅନ୍ଯପଟେ ଜିଲାର ସମସ୍ତ ନଳକୂପ ଓ ପୁଷ୍କରିଣୀର ବିଶୋଧନ ପାଇଁ ପାକ ପ୍ରସ୍ତତି ହୋଇଥିଲେ ମଧ୍ଯ ସବୁ ଯେମିତି ବୈଠକ ଓ କାଗଜ କଲମରେ ସୀମିତ  ହୋଇ ରହିଯାଇଛି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories