www.samajalive.in
Sunday, December 14, 2025
15.1 C
Bhubaneswar

ତେଲ ନଦୀର ବଢି ପାଣିରେ ଉଛୁଳିଲା ବୈତରଣୀ

ପାଟଣା : ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ତେଲ ନଦୀରେ ବଢ଼ିପାଣି ଆସି ଏହା ବୈତରଣୀରେ ମିଶିବା ପରେ ବୈତରଣୀ ଉଛୁଳି ଥିବା ଦେଖାଯାଇଛି। ଭୀମକୁଣ୍ଡ ନିକଟରେ ଘୋଘୋ ଗର୍ଜନ କରି ପ୍ରବଳ ବନ୍ୟାଜଳ ପ୍ରବାହିତ ହେଉଛି । କୁମୁଳାବାହାଳି ନିକଟରେ ତେଲ ନଦୀ ପୁରୁଣା ସେତୁ ଉପରେ ୪ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି। ଯାହା ଫଳରେ ଠାକୁରମୁଣ୍ଡାରୁ କେନ୍ଦୁଝର ଅଞ୍ଚଳକୁ ଯାନବାହନ ଆସି ପାରିନାହିଁ କି କେନ୍ଦୁଝର ଜିଲ୍ଲାରୁ ମଧ୍ୟ ସେହି ଅଞ୍ଚଳକୁ ଯାନବାହନ ଯାତାୟାତ କରିପାରୁ ନାହିଁ। ତେବେ ବର୍ଷା କେତେବେଳେ କୁଆଡେ ହେଉଛି ତାହା ନିଜ ନିଜ ଅଞ୍ଚଳବାସୀଙ୍କୁ ଜଣାଥିବାବେଳେ ପାଟଣା ଓ ଘଟଗାଁ ଅଞ୍ଚଳରେ କିଛି ଚାଷୀ ଜମିରେ ଧାନ ତଳି ପକାଇବା ଆରମ୍ଭ କରି ସାରିଥିବା ବେଳେ ଆଉ କିଛି ବର୍ଷାର ଗତିବିଧିକୁ ଭରସା କରି ନପାରି ଅପେକ୍ଷାରେ ଅଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories