www.samajalive.in
Friday, December 12, 2025
23.1 C
Bhubaneswar

ଦୁଇ ବିଜେଡି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ

ବାଙ୍କୀ :ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ ପଣ୍ଡଳମ ଗ୍ରାମର ଦୁଇଜଣ ଶାସକ ଦଳର ସମର୍ଥକଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ମରଣାନ୍ତକ ଆକ୍ରମଣ କରାଯାଇଛି। ଏଥିରେ ଦୁଇଜଣ ବିଜେଡି ସମର୍ଥକଙ୍କ ହାତ ଓ ଗୋଡ ଭାଙ୍ଗି ଯାଇଥିବା ଜଣାପଡିଛି। ଉଭୟ ଗୁରୁତରଙ୍କୁ ପ୍ରଥମେ କଳାପଥର ଓ ପରେ ଖୋର୍ଦ୍ଧା-ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି।

ଘଟଣାରୁ ପ୍ରକାଶ ଯେ, ପୁଇଁଚା ପଞ୍ଚାୟତ ଅନ୍ତର୍ଗତ ପଣ୍ଡାଳମ ଗ୍ରାମର ଦେବରାଜ ଦାଶ ଓ ପ୍ରଫୁଲ ଦାସ ଉଭୟ ଏକ ବନ୍ଧୁଘରୁ ଫେରି ନିଜଘର ପଣ୍ଡାଳମକୁ ଯାଉଥିବାବେଳେ କଢାମଲ ଗ୍ରାମ ନିକଟସ୍ଥ କଳାମାଟିଆ କଦଳିଫାର୍ମ ଠାରେ ୪ ଜଣ ଯୁବକ ହଠାତ୍‍ ସେମାନଙ୍କୁ ଲୁହାଛଡ ଓ ଠେଙ୍ଗାରେ ଅତର୍କିତ ଭାବରେ ଆକ୍ରମଣ କରିଥିଲେ। ଆହତ ଦ୍ୱୟ ବାଇକରୁ ଖସିପଡି ଥିବା ବେଳେ ଦୁର୍ବୃତ୍ତ ମାନେ ଘେରି ଯାଇ ହାତ, ମୁଣ୍ଡ ଓ ଗୋଡକୁ ନିସ୍ତୁକ ପିଟିଥିଲେ। ଫଳରେ ଦେବରାଜ ଦାସଙ୍କ ଦୁଇ ଗୋଡ ଓ ଦୁଇ ହାତ ଭାଙ୍ଗି ଯିବା ସହିତ ମୁଣ୍ଡରେ ଗଭିର ଆଘାତ ଲାଗିଛି। ଏହି ମରଣାନ୍ତକ ଆକ୍ରମଣରେ ଦେବରାଜ ଦାସଙ୍କ ସାଙ୍ଗରେ ଯାଉଥିବା ପ୍ରଫୁଲ ଦାସଙ୍କୁ ମଧ୍ୟ ନିସ୍ତୁକ ମାଡ ପିଟିବା ଫଳରେ ତାଙ୍କର ମଧ୍ୟ ଗୋଟିଏ ଗୋଡ ଓ ଦୁଇ ହାତ ଭାଙ୍ଗି ଯାଇଥିବା ଜଣା ପଡିଛି। ଆହତ ମାନଙ୍କୁ ପ୍ରଥମେ କଳାପଥର ଚିକିତ୍ସାଳୟରେ ପ୍ରଥମିକ ଚିକିତ୍ସା କରାଯାଇଥିବା ବେଳେ ମୁଣ୍ଡରେ ୧୮ ଗୋଟି ସ୍ଥାନରେ ସିଲେଇ ହୋଇଥିବା ଜଣାପଡିଛି। ଖବର ପାଇ ବୈଦ୍ୟେଶ୍ୱର ପୁଲିସ୍‍ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଛି।

Hot this week

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

Related Articles

Popular Categories