www.samajalive.in
Sunday, December 14, 2025
26.1 C
Bhubaneswar

ଗୋପାଳପୁରରୁ ଫେରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲୁ, ହେଲେ ସେ ସମୟ ଦେଉ ନାହାନ୍ତି: କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌

ଭୁବନେଶ୍ଵର: କଂଗ୍ରେସ ସଭାପତି ଓ ରାହୁଲ ଗାନ୍ଧୀଙ୍କୁ ଆମେ ଏହି ଫ୍ୟାକ୍ଟ ଫାଇଣ୍ଡିଂ ରିପୋର୍ଟ୍ ଦାଖଲ କରିବୁ। ରାଜ୍ୟରେ ବିଜେପି ସରକାରର ବର୍ଷେ ବିତିଗଲା, ହେଲେ ମହିଳା କମିଶନ ଚୟନ ହୋଇପାରିଲା ନାହିଁ। ମୁଖ୍ୟମନ୍ତ୍ରୀ କ’ଣ କରୁଛନ୍ତି। ଆମେ ଗୋପାଳପୁରରୁ ଫେରିବାପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲୁ, ହେଲେ ସେ ସମୟ ଦେଉ ନାହାନ୍ତି। ଏଠାକାର ପ୍ରଶାସନ ଠିକ୍ କାମ କରୁନାହିଁ ବୋଲି ଗୋପାଳପୁର ଓ କେନ୍ଦୁଝର ଲଜ୍ଜା ଘଟଣାରେ କଂଗ୍ରେସର କେନ୍ଦ୍ରୀୟ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛି।

ଏଠି ପ୍ରତି ଦୁଇ କିଲୋମିଟର ଅନ୍ତରରେ ଜଣେ ଦୁଷ୍କର୍ମର ଶିକାର। ଏଠାରେ କେବଳ ମହିଳା ଅସୁରକ୍ଷିତ ନୁହେଁ, ଏଠାରେ ଡ୍ରଗ୍ସ ଆଉ ମଦର ଅବାଧ କାରବାର ମଧ୍ୟ ହେଉଛି। ବେଟି ବଚାଓ ବେଟି ପଢ଼ାଓ ପ୍ରହସନ। ଆମେ ଲୋକସଭା, ରାଜ୍ୟସଭାରେ ଏ କଥା ଉଠାଇବୁ ବୋଲି କହିଛି ଟିମ୍‌। ଏଠାରେ ଅଭିଯୁକ୍ତଙ୍କୁ ବଞ୍ଚାଇବାକୁ ପ୍ରଚେଷ୍ଟା କରାଯାଉଛି। ଆମେରିକା ମଧ୍ୟ ଓଡ଼ିଶା ସରକାରଙ୍କୁ ନିନ୍ଦା କରିଛି। ବହୁତ ହାଲୁକା ଭାବେ ସରକାର ସବୁ କଥାକୁ ନେଉଛନ୍ତି। ଲଜ୍ଜାଜନକ ଘଟଣା ଯେ, ମୁଖ୍ୟମନ୍ତ୍ରୀ ସମ୍ବେଦନଶୂନ୍ୟ। ମୁଖ୍ୟମନ୍ତ୍ରୀ ନିଜେ ଗୃହମନ୍ତ୍ରୀ, କିନ୍ତୁ ସେ ନିଜେ ଘଟଣାକୁ ନେଇ ସମ୍ବେଦନଶୀଳ ନୁହଁନ୍ତି। ଅରାଜକତା, ଭ୍ରଷ୍ଟାଚାର ଓ ଅପରାଧ ବଢ଼ିଯାଇଛି। ଆମେ ଆମ ସଭାପତି ଓ ରାହୁଲ ଗାନ୍ଧୀଙ୍କୁ ରିପୋର୍ଟ୍ ଦେବୁ। ଦେଶର ରାଷ୍ଟ୍ରପତିଙ୍କୁ ମଧ୍ୟ ଦେବୁ ବୋଲି ଟିମ୍‌ କହିଛି। କଂଗ୍ରେସର ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ରେ ଦୀପା ଦାସ ମୁନସୀ, ରଞ୍ଜିତା ରଞ୍ଜନ, ପ୍ରଣତି ସିନ୍ଦେ, ଜ୍ୟୋତିମଣି, ଶୋଭା ଓଜା ପ୍ରମୁଖ ରହିଛନ୍ତି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories