www.samajalive.in
Saturday, December 13, 2025
26.1 C
Bhubaneswar

ଦେଖନ୍ତୁ ଛାତିଥରା ଦୃଶ୍ୟ ; ଚାହୁଁ ଚାହୁଁ ପୁଲ୍‌ରେ ଖୁସିରେ ଗାଧୋଉଥିବା ବେଳେ ଚାଲିଗଲା ଜୀବନ

କାନପୁର : ଉତ୍ତରପ୍ରଦେଶର କାନପୁରରେ ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯାହା ହଇଚଇ ସୃଷ୍ଟି କରିଛି । ଘଟଣାର ଭିଡିଓ ମଧ୍ୟ ଏବେ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । କାନପୁରରେ ଏକ ୱାଟର ପାର୍କରେ ପୁଲ୍‌ ପାର୍ଟିରେ ଗାଧୋଇବା ସମୟରେ ଜଣେ ୨୪ ବର୍ଷୀୟ ଯୁବକଙ୍କ ବୁଡି ଯାଇ ମୃତ୍ୟୁ ଘଟିଛି । ମାତ୍ର ଦୁଃଖର ବିଷୟରେ ସେଠାରେ ଯୁବକଙ୍କ ଅନ୍ୟ ବନ୍ଧୁମାନେ ଏ ବିଷୟରେ କିଛି ଜାଣି ପାରିନଥିଲେ । ସଭିଏଁ ଖୁସିରେ ପାଣି ଭିତରେ ଗାଧୋଉଥିଲେ । ଅନେକ ସମୟ ପର୍ଯ୍ୟନ୍ତ ଯୁବକ ଜଣକ ପୁଲ୍‌ରେ ଦେଖାନଯିବା ପରେ ସାଥିମାନେ ବ୍ୟସ୍ତ ହୋଇ ତାଙ୍କୁ ଖୋଜିବାକୁ ଲାଗିଲେ । ସାଙ୍ଗମାନେ ଯୁବକଙ୍କୁ ପାଣି ଭିତରୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି । ଯୁବକଙ୍କ ପରିବାରକୁ ଏନେଇ ଖବର ଦିଆଯାଇଛି ।


ସିସିଟିଭିରେ କଏଦ ହୋଇଥିବା ଭିଡିଓରେ ଦେଖିପାରିବେ, ଅନେକ ଯୁବକ ପୁଲ୍‌ରେ ଗାଧୋଉଥିବା ସମୟରେ ଜଣେ ଯୁବକ ହଠାତ୍‌ ପୁଲ୍‌ ଭିତରକୁ ଯାଉଛନ୍ତି । ମାତ୍ର ଅନେକ ସମୟ ପର୍ଯ୍ୟନ୍ତ ବାହାରକୁ ଆସୁ ନାହାଁନ୍ତି । ଭିଡିଓ ଭାଇରାଲ୍‌ ହେବା ପରେ ଲୋକେ ଗଭୀର ଦୁଃଖ ପ୍ରକାଶ କରିବା ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ଖୁବ୍‌ ଶୀଘ୍ର ଧନଶକ୍ତି ରାଜଯୋଗ ; ଏହି ୩ ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ହେବେ ଧନୀ, କିଣିବେ ଘର, ଗାଡି, ଜମି..

- Advertisement -

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories