www.samajalive.in
Sunday, December 14, 2025
26.1 C
Bhubaneswar

ଆଜି ‘ସମାଜ’ ଜିଲାସ୍ତରୀୟ ପ୍ରତିଯୋଗିତା

କଟକ: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୭ତମ ପବିତ୍ର ଶ୍ରାଦ୍ଧ ଦିବସ ଅବସରରେ ଜିଲାସ୍ତରୀୟ ‘ସମାଜ ଓଜସ୍ବିନୀ ଓଡ଼ିଶା- ଗୋପବନ୍ଧୁ ସ୍ମାରକ ବକ୍ତୃତା ପ୍ରତିଯୋଗିତା’ ମଙ୍ଗଳବାର ୨୪ତାରିଖରେ ଅନୁଷ୍ଠିତ ହେବ। ରାଜ୍ୟର ୨୮ଟି ଜିଲାରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଗତ ୨୨ ତାରିଖରେ ଅନୁଷ୍ଠିତ ବ୍ଲକସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଏହି ଜିଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇପାରିବେ। ଏଥିରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର, ସ୍ମୃତି ଚିହ୍ନ ଓ ଅର୍ଥରାଶି ପ୍ରଦାନ କରାଯିବ। ଏଥିସହ ଜିଲାସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଆସନ୍ତା ୨୬ ତାରିଖରେ କଟକ, ବିଜୁ ପଟ୍ଟନାୟକ ଛକସ୍ଥିତ ‘ସାରଳା ଭବନ’ରେ ଆୟୋଜିିତ ହେବାକୁ ଥିବା ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ଭାଗ ନେଇପାରିବେ। ଜିଲାସ୍ତରରେ କେଉଁଠାରେ ପ୍ରତିଯୋଗିତା ଆୟୋଜନ ହୋଇଛି ସେନେଇ ପୃଷ୍ଠା ନଂ-୧୦ରେ ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ ପାଇଛି। ତେବେ ଝାଡ଼ାବାନ୍ତି ସଂକ୍ରମଣ ପାଇଁ ପ୍ରଶାସନର କଟକଣା ଯୋଗୁଁ ଯାଜପୁର ଓ ଭଦ୍ରକ ଜିଲାରେ ବିଦ୍ୟାଳୟ ବନ୍ଦ ଥିବାରୁ ଏହି ଦୁଇ ଜିଲାରେ ପ୍ରତିଯୋଗିତା ଆୟୋଜନ ସ୍ଥଗିତ ରଖାଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories