www.samajalive.in
Sunday, December 14, 2025
23.1 C
Bhubaneswar

ମାହାଙ୍ଗାରେ ସମାଜ ପକ୍ଷରୁ ବ୍ଲକସ୍ତରୀୟ ବକ୍ତୃତା ପ୍ରତିଯୋଗିତା, ସାଇ ବନ୍ଦିତା ପ୍ରଥମ

କୁଆଁପାଳ : ସମାଜର ପ୍ରତିଷ୍ଠାତା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୭ତମ ଶ୍ରାଦ୍ଧ ଦିବସ ଅବସରରେ ବ୍ଲକ ସ୍ତରୀୟ ଗୋପବନ୍ଧୁ ସ୍ମାରକୀ ବକ୍ତୃତା ପ୍ରତିଯୋଗିତା  ମହାବୀର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସମାଜ କୁଆଁପାଳ ପ୍ରତିନିଧି ଲଷ୍ମୀଧର ଖୁଣ୍ଟିଆଙ୍କ ପ୍ରତ୍ୟେକ୍ଷ ତତ୍ୱବାଧାନ ସମାଜସେବୀ ଭୁପେନ ଚାଟାର୍ଜୀଙ୍କ ସଂଚାଳନରେ ଆୟୋଜିତ ଏହି ପ୍ରତିଯୋଗିତାକୁ ଉଦ୍ଘାଟକ ଭାବେ ପସୁଲୁଣ୍ଡା ଆଚାର୍ଯ୍ୟ ପ୍ୟାରୀମୋହନ ବିଦ୍ୟାନିକେତନର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଅଭୟ ଚରଣ ପଣ୍ଡା  ଯୋଗଦେଇ ପ୍ରତିଯୋଗିତାକୁ ଆରମ୍ଭ କରିଥିଲେ । ଏଥିରେ ମାହାଙ୍ଗା ଅଂଚଳର ସରକାରୀ ଓ ବେସରକାରୀ ଉଚ୍ଚ ବିଦ୍ୟାଳୟର ୪୦ରୁ ଉର୍ଦ୍ଧ୍ବ ଅଷ୍ଟମ ନବମ ଓ ଦଶମ ଶ୍ରେଣୀ ବିଦ୍ୟାର୍ଥୀ ମାନେ ଯୋଗଦେଇ ଗୋପବନ୍ଧୁଙ୍କ ସ୍ବପ୍ନର ଓଡିଶା ବକ୍ତୃତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏଥିରେ ମାହାଙ୍ଗା ମହାବୀର ଉଚ୍ଚବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ସାଇ ବନ୍ଦିତା ପରିଡା ପ୍ରଥମ, ନବମ ଶ୍ରେଣୀ ଛାତ୍ର ଆଶୁତୋଷ ବାରିକ ଦ୍ୱିତୀୟ ଓ ମାହାଙ୍ଗା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ପ୍ରତିଜ୍ଞା ପାଣି ତୃତୀୟ ସ୍ଥାନ ଗ୍ରହଣ କରିଥିଲେ ।

ଏହି ଅବସରରେ ସାମ୍ବାଦିକ ଲଷ୍ମୀଧର ଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ସାହିତ୍ୟିକ ଡ଼ଃ ଭୁବନାନନ୍ଦ ସାହୁ ଯୋଗଦେଇ  ଓଡିଶା ଗଠନ ଓ ସମାଜ ଖବର କାଗଜ ପ୍ରତିଷ୍ଠାରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରମୁଖ୍ୟ ଭୂମିକା ଉପରେ ଆଲୋକ ପାତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମୁଖ୍ୟବକ୍ତା ଭାବେ ପ୍ରଧାନ ଶିକ୍ଷକ ଅଭୟ ଚରଣ ପଣ୍ଡା, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ଉମେଶ ସାହୁ,  ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭକ୍ତ ନାରାୟଣ ସାହୁ, ବିଦ୍ୟାଳୟର ପ୍ରଧାନଶିକ୍ଷକ କାହ୍ନୁଚରଣ ସ୍ୱାଇଁ,ଶିକ୍ଷକ ପ୍ରଦ୍ୟୁମ୍ନ ବାରିକ, ପରିଚାଳନା କମିଟି ସଭାପତି ଦେବେନ୍ଦ୍ର ଦଳେଇ, ପୂର୍ବତନ ସିଆରସିସି ରାମରାମ ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇ କୃତି ପ୍ରତିଯୋଗୀମାନକୁ ଅର୍ଥରାଶି, ଟ୍ରଫି ଓ ସମ୍ମାନ ପତ୍ର ଦେଇ ପୁରସ୍କୃତ କରିଥିଲେ। ଶିକ୍ଷକ ଲଷ୍ମୀଧର ବାରିକ,ଶିକ୍ଷୟତ୍ରୀ ନଳିନୀପ୍ରଭା ବାରିକ, ରାଜଶ୍ରୀ ସ୍ୱାଇଁ ,ସୁସ୍ମିତା ସେଠି,ହରପ୍ରିୟା ବାରିକ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀତ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ କ୍ରୀଡା ଶିକ୍ଷକ ନିରଞ୍ଜନ ବେହେରା ଧନ୍ୟବାଦ ଦେଇଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories